ଆଜିଠୁ ମା’ ହିଙ୍ଗୁଳାଙ୍କ ଯାତ୍ରା

ଭୁବନେଶ୍ବର: ଜଗତ କଲ୍ୟାଣ ପାଇଁ ଆବିର୍ଭାବ ହେଲେ ମା’ ହିଙ୍ଗଳା । ଅନୁଗୁଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରି ଦେବୀ ମା ହିଙ୍ଗୁଳାଙ୍କର ପ୍ରସିଦ୍ଧ ଯାତ୍ରା ଓ ୧୯ତମ ଲୋକ ମହୋତ୍ସବ ମଙ୍ଗଳବାରଠାରୁ ଗୋପାଳଗଡ଼ସ୍ଥିତ ମା’ଙ୍କ ପିଠରେ ଅନୁଷ୍ଠିତ ହେବ । ମା’ଙ୍କ ଦର୍ଶନ ପାଇଁ ବହୁ ଦୂର ଦୂରାନ୍ତରୁ ଏଠାରେ ଲାଗିଥାଏ ଭକ୍ତଙ୍କ ଭିଡ଼ । ହିଙ୍ଗୁଳା ଯାତ୍ରା ପାଇଁ ସମଗ୍ର ତାଳଚେର ଅଞ୍ଚଳ ଚଳଚଞ୍ଚଳ ହୋଇ ଉଠିଛି । ଚଳିତ ବର୍ଷ ମାଙ୍କ ମନ୍ଦିରଠାରୁ ମାତ୍ର କିଛି ମିଟର ଦୂରରେ ଉଭାସ୍ଥଳ ହୋଇଥିବାରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ସମ୍ଭାବନା ରହିଛି । ଏନେଇ ତାଳଚେର ଉପଜିଲ୍ଲାପାଳ ଓ ଟ୍ରଷ୍ଟବୋଡର଼୍ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହି ମେଳା ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ।

Related Articles

Leave a Reply

Your email address will not be published.

Back to top button