୬.୭୩% କମିଲା ୬୫୧ ଅତ୍ୟାବଶକୀୟ ଔଷଧର ଦାମ୍

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କ ପାଇଁ ଖୁସି ଖବର । କମିଲା ଅତ୍ୟାବଶ୍ୟକ ଔଷଧର ଦର । ୬୫୧ଟି ଜରୁରୀ ଔଷଧର ଦାମକୁ ଏପ୍ରିଲ ମାସରୁ କମାଇ ଦିଆଯାଇଛି । ସରକାର ଏହି ଔଷଧମାନଙ୍କ ଦାମ୍ ଧାର୍ୟ୍ୟ କରିଦେଇଛନ୍ତି । ବର୍ତମାନ ଏହି ଔଷଧ ଗୁଡିକର ଦାମ୍ ୬.୭୩ ପ୍ରତିଶତ କମାଇ ଦିଆଯାଇଛି । ଦେଶରେ ମେଡିସିନ୍ ଦର ଧାର୍ୟ୍ୟ କରୁଥିବା ବୋର୍ଡ ଏନପିପିପିଏ ଟ୍ୱିଟ୍ କରି ଏହି ସୂଚନା ଦେଇଛି । ସୂଚନା ମୁତାବିକ ୮୭୦ ମେଡିସିନ୍ ମଧ୍ୟରୁ ୬୫୧ଟି ମେଡିସିନ୍ର ଦାମକୁ କମାଇ ଦିଅ।।ଇଛି । ଏନପିପିଏର କହିବା ମୁତାବିକ ପୂର୍ବରୁ ଏହି ମେଡିସିନର ଦାମ୍ ୧୬.୬୨ ପ୍ରତିଶତ କମାଇ ଦିଆଯାଇଥିଲା । ଏହାପରେ ଆବଶ୍ୟକୀୟ ମେଡିସିନର ଦାମ୍ ୧୨.୧୨ ପ୍ରତିଶତ ବଢିବ ବୋଲି କୁହାଯାଉଥିଲା । କିନ୍ତୁ ଏପ୍ରିଲ ୧ ତାରିଖରୁ ଏହାର ଦାମ୍ ୬.୭୩ ପ୍ରତିଶତ କମାଇ ଦିଆଯାଇଛି ।

Related Articles

Leave a Reply

Your email address will not be published.

Back to top button