ନଦୀରେ ବୁଡ଼ି ୩ ଛାତ୍ର ମୃତ

ଭଦ୍ରକ: ଭଦ୍ରକ ଜିଲ୍ଲାର ନାଳିଆ ନଦୀରେ ବୁଡ଼ିଯାଇ ୩ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି ।  ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଲାଙ୍ଗୁଡ଼ି ନିକଟରେ ଗାଧୋଇବାବେଳେ ଏହି ଅଘଟଣ ଘଟିଛି ।  ଆଜି ମୋଟ ୪ ଜଣ ଛାତ୍ର ନାଳିଆ ନଦୀର ।ଙ୍ଗୁଡ଼ି ନିକଟକୁ ଗାଧୋଇବା ପାଇଁ ଯାଇଥିଲେ । ଏହି ସମୟରେ  କୌଣସି କାରଣରୁ ସେମାନେ ବୁଡ଼ିଯାଇଥିଲେ । ତେବେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତୁ୍ୟ ହୋଇଥିବାବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।  ସମସ୍ତ ୪ ଛାତ୍ର ଗୋଟିଏ କଲେଜରେ ପଢୁଥିବା ଜଣାଯାଇଛି ।

Related Articles

Leave a Reply

Your email address will not be published.

Back to top button