ରଙ୍ଗେଇଲୁଣ୍ଡାକୁ ଉଡ଼ାଣ ଅନୁମତି, ସପ୍ତାହକୁ ୨ ଦିନ

ଭୁବନେଶ୍ୱର: ଭବନେଶ୍ୱର ବ୍ରହ୍ମପୁର ରଙ୍ଗେଲଲୁଣ୍ଡାକୁ ବିମାନ ଉଡ଼ାଣ ପାଇଁ ଶେଷରେ ଅନୁମତି ମିଳିଛି ।  ଚଳିତ ଏପ୍ରିଲ ମାସରେ ସପ୍ତାହକୁ ୨ ଥର ଉଡ଼ାଣ ନେଇ ଅନୁମତି ମିଳିଛି ।  ରବିବାର ଓ ବୁଧାବାର ଉଡ଼ାଣ ନେଇ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି ।  ପ୍ରକାଶ ଯେ  ପୂର୍ବରୁ ଭୁବନେଶ୍ୱରରୁ  ରଙ୍ଗେଇଲୁଣ୍ଡା ବିମାନ ଯାତ୍ରାର ଶୁଭାରମ୍ଭ ହୋଇଥିଲା । ବିମାନବନ୍ଦର ପରିସରରୁ ଏହି ବିମାନ ସେବାର ଶୁଭାରମ୍ଭ କରିଥିଲେମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୯ ସିଟ୍ ବିଶିଷ୍ଟ ଏକ ବିମାନ ରଙ୍ଗେଇଲୁଣ୍ଡାରେ ଅବତରଣ କରିଥିଲା। ଏହି ବିମାନ ଉଡାଣ ଦ୍ୱାରା ଭୁବନେଶ୍ୱରରୁ ବ୍ରହ୍ମପୁରକୁ ୧ ଘଣ୍ଟାର ଦୂରତା ହ୍ରାସ ପାଇବ । ବିମାନ ଉଡାଣ ଶୁଭାରମ୍ଭ ଦ୍ୱାରା ଗଞ୍ଜାମ ଜିଲ୍ଲାବାସୀଙ୍କ ବହୁ ଦିନର ପ୍ରତୀକ୍ଷାର ଅନ୍ତଘଟିଛି । ପ୍ରାଥମିକ ପର୍ୟ୍ୟାୟରେ ରଙ୍ଗେଇଲୁଣ୍ଡା ବିମାନ ଘାଟିକୁ ୯ ସିଟ୍‌‌ ବିଶିଷ୍ଟ ବିମାନ ଉଡ଼ାଣ ଆରମ୍ଭ ହୋଇଥିଲା। ପ୍ରତି ସପ୍ତାହରେ ଦୁଇ ଥର ଲେଖାଏଁ ଭୁବନେଶ୍ୱରରୁ ରଙ୍ଗେଇଲୁଣ୍ଡା ବିମାନ ଚଳାଚଳ କରିବ । ପରେ ଲୋକଙ୍କ ଚାହିଦା ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ସମୟରେ ବିମାନ ଘାଟିର ଭିତ୍ତିଭୂମି ବଢିବା ପରେ ଦ୍ୱିତୀୟ ଓ ତୃତୀୟ ପର୍ୟ୍ୟାୟରେ ଆହୁରି ଅଧିକ ବିମାନ ଚଳାଚଳ ଓ ସିଟ୍‌‌ସଂଖ୍ୟା ବୃଦ୍ଧି ନେଇ ମଧ୍ୟ ନିଷ୍ପତ୍ତି ନିଆଯିବ ।

Related Articles

Leave a Reply

Your email address will not be published.

Back to top button