୫-ଟି ସଚିବଙ୍କ ପୁରୀ ଗସ୍ତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭି କେ ପାଣ୍ଡିଆନ୍ ଆଜି ପୁରୀ ଗସ୍ତ କରି ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣ କାର୍ୟ୍ୟର ସମୀକ୍ଷା କରିଛନ୍ତି। ରାଜ୍ୟ ସରକାରଙ୍କ ଅବଢ଼ା ଯୋଜନାରେ ନିର୍ମିତ ହେଉଥିବା ଏହି କ୍ରୀଡା କମ୍ପ୍ଲେକ୍ସରେ କ୍ରିକେଟ ଷ୍ଟାଡିୟମ୍, ମଲଟି ପ୍ରପୋଜ୍‌ ଇଣ୍ଡୋର ହଲ୍‌ ଓ ସ୍ୱିମିଂ ପୁଲ ନିର୍ମାଣ  କରା ଯାଉଛି। ମଲଟି ପ୍ରପୋଜ୍‌ ଇଣ୍ଡୋର ହଲ୍‌ରେ ବକ୍ସିଂ, ରେସ୍ଲିଂ,  ଜିମ୍ନା ସିଅମ୍ , ଟେବୁଲ ଟେନିସ ଆଦି କ୍ରୀଡା ର ସୁବିଧା କରାଯାଉଛି। ଏହା ସହିତ ଏକ ୧୦୦ ସିଟ ବିଶିଷ୍ଟ ହଷ୍ଟେଲ ମଧ୍ୟ ନିର୍ମାଣ କରାଯାଉଛି। ୨୦୧୮ ରେ ମୂଖ୍ୟମନ୍ତ୍ରୀ ଏହାର ଶୁଭ ଦେଇଥିଲେ। ସମୀକ୍ଷାରୁ ଜଣାଯାଇଛି ଯେ କ୍ରିକେଟ ଷ୍ଟାଡିୟମ୍,   ସନ୍ତରଣାଗାର ଓ  ଜିମ୍ନାସିୟମର କାମ ସମ୍ପୂର୍ଣ୍ଣ ହୋଇଛି।  ଖୁବ୍ ଶିଘ୍ର  ଏହି  ଷ୍ଟାଡିୟମ୍  ଲୋକାର୍ପିତ  ହେବ। ପୁରୀକୁ ଏକ ବିଶ୍ବ ସ୍ତରୀୟ ଐତିହ୍ୟ ସ୍ଥଳରେ ରୂପାନ୍ତର କରିବା ପାଇଁ ଏହି କ୍ରୀଡା କମ୍ପ୍ଲେକ୍ସର ଏକ ଗୁରୁତ୍ଵ ପୂର୍ଣ୍ଣ ଭୂମିକା ରହିବ ବୋଲି ଶ୍ରୀ ପାଣ୍ଡିଆନ କହିଛନ୍ତି। ଏତଦବ୍ୟତୀତ  ସେ  ଶ୍ରୀମନ୍ଦିର  ପରିକ୍ରମା  ପ୍ରକଳ୍ପ ମୁନସିପାଲ ମାର୍କେଟ କମ୍ପ୍ଲେକ୍ସ କାର୍ୟ୍ୟ  ମଧ୍ୟ  ବୁଲି  ଦେଖିଥିଲେ।

Related Articles

Leave a Reply

Your email address will not be published.

Back to top button