ଝାରସୁଗୁଡା ଉପନିର୍ବାଚନ, ଦୀପାଳି ଦାସ ବିଜେଡି ପ୍ରାର୍ଥୀ

ଝାଡସୁଗୁଡା : ଝାଡସୁଗୁଡା ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି । ସ୍ୱର୍ଗତଃ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ବିଜେଡି ପ୍ରାର୍ଥୀ କରିଛି । ଆସନ୍ତା ମଇ ୧୦ରେ ଏନେଇ ଉପନିର୍ବାଚନ ହେବ  । ଏନେଇ  ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସୂଚନା ଦେଇଥିଲେ  । ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଏପ୍ରିଲ ୧୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ  ।  ସେହିପରି ଏପ୍ରିଲ ୨୦ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲ କରାଯିବ  ।  ୨୧ ତାରିଖରେ ପ୍ରାର୍ଥିପତ୍ର  ଯାଂଚ କରାଯିବାକୁ ଥିବାବେଳେ ୨୪ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର କରିହେବ  ।  ମେ ୧୦ରେ ଭୋଟ ଗ୍ରହଣ ହେବାକୁ ଥିବାବେଳେ ମେ ୧୩ରେ ଭୋଟ ଗଣତି କରାଯିବା ନେଇ ଦିନ ଧାର୍ଯ୍ୟ କରାଯାଇଛି  । ତେବେ ଏହାରି ଭିତରେ ରାଜ୍ୟର ତିନି ପ୍ରମୁଖ ଦଳ ଝାରସୁଗୁଡା ଉପ ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଆରମ୍ଭ କରି ଦେଇଛନ୍ତି ।  ବର୍ତ୍ତମାନ ବିଜେଡି ଦିପାଳୀ ଦାସଙ୍କୁ ଟିକେଟ୍‌ ଦେଇଛି । ଟିକେଟ୍‌ ପାଇବା ପୂର୍ବରୁ ପ୍ରତିଦିନ ସେ ଲୋକଙ୍କ ପାଖରେ ପହଂଚିବା ସହିତ ନାନାଦି କାର୍ୟ୍ୟକ୍ରମରେ ସାମିଲ ହେଉଥିଲେ  । ଖାଲି ସେତିକି ନୁହେଁ, ମନ୍ଦିର ପ୍ରତିଷ୍ଠାଠୁ ଆରମ୍ଭ କରି ନାମଯଜ୍ଞ ଭଳି କାର୍ୟ୍ୟରେ ମଧ୍ୟ ଦୀପାଳି ସାମିଲ ହେଉଛନ୍ତି  ।  ଦୀପାଳିଙ୍କୁ ଟିକେଟ୍‌ ଦେଇ ଶାସକ ଦଳ ଅନୁକମ୍ପା ଭୋଟ୍‌ ହାତେଇବା ପାଇଁ ମହିଳା କାର୍ଡ ବି ଖେଳିଛି  । ପଦ୍ମପୁର ଉପ ନିର୍ବାଚନ ସମୟରେ ମଧ୍ୟ ଦୀପାଳି ବିଜେଡି ପାଇଁ କ୍ୟାମ୍‌ପେନିଂ କରୁଥିଲେ  । ବିଜେଡି ପ୍ରାର୍ଥୀ ଘୋଷଣା ପରେ ରାଜନୈତିକ ତାତି ଆହୁରି ବଢିଯାଇଛି ।

Related Articles

Leave a Reply

Your email address will not be published.

Back to top button