ଛାତରୁ ପଡ଼ି ମେଡିକାଲ ଛାତ୍ର ମୃତ

ଭୁବନେଶ୍ୱର:ଛାତରୁ ପଡ଼ି ମେଡିକାଲ ଛାତ୍ର ମୃତ। ଏପରି ଏକ ଅଭାବନୀୟ ଘଟଣା ଗତ ରାତିରେ ବାଲେଶ୍ୱର ଜିଲ୍ଲା ଫକୀରମୋହନ ମେଡିକାଲ କଲେଜରେ ଘଟିଛି। ମୃତକ ହେଲେ ହିତେଷ୍ଣୁ ଦାସ । ତାଙ୍କ ଘର ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ଭୀମପୁର ଗାଁରେ ବୋଲି ଜଣାପଡ଼ିଛି। ତେବେ ହିତେଷ୍ଣୁଙ୍କ ମୃତ୍ୟୁ ପଛର କାରଣ ସ୍ପଷ୍ଟ ହୋଇ ପାରି ନ ଥିବା ବେଳେ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି ।ହିତେଷ୍ଣୁ ରେମୁଣା ଗୋଲେଇସ୍ଥିତ ଫକୀରମୋହନ ମେଡିକାଲ କଲେଜର ତୃତୀୟ ବର୍ଷର ଛାତ୍ର ଥିଲେ । ସେ ହଷ୍ଟେଲରେ ରହି ପାଠ ପଢ଼ୁଥିଲେ । ତେବେ ହିତେଷ୍ଣୁ କିଛି ଦିନ ହେବ ମାନସିକ ଅବସାଦରେ ରହୁଥିବା ତାଙ୍କ ପରିବାର ଲୋକେ ତଥା ସାଙ୍ଗମାନେ କହିଛନ୍ତି।  ଗତକାଲି ହିତେଷ୍ଣୁ ମାନସିକ ଅବସାଦରେ ଥିବା ବେଳେ ତାଙ୍କ ସାଙ୍ଗମାନେ ବୁଝାବୁଝି କରିଥିଲେ। ଏହାପରେ ସେ ବିଳମ୍ବିତ ରାତି ପ୍ରାୟ ୧ଟାରୁ ୨ଟା ମଧ୍ୟରେ ହଷ୍ଟେଲ ପାଖରେ ଥିବା ଏକ ତାଲା ବିଲ୍ଡିଂ ଉପରକୁ ଯାଇ ଡେଇଁ ପଡ଼ିଥିଲେ।  ତୁରନ୍ତ ତାଙ୍କୁ ଜିଲ୍ଲା ମେଡିକାଲକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Related Articles

Leave a Reply

Your email address will not be published.

Back to top button