ମାନହାନି ମାମଲାରେ ଉଦ୍ଧବ, ଆଦିତ୍ୟ ଓ ସଞ୍ଜୟ ରାଉତଙ୍କୁ କୋର୍ଟ ସମନ

ନୂଆଦିଲ୍ଲୀ: ଏକ ମାନହାନି ମାମଲାରେ ଦିଲ୍ଲୀ ହାଇକୋର୍ଟ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ, ତାଙ୍କ ପୁତ୍ର ଆଦିତ୍ୟ ଠାକ୍‌ରେ ଏବଂ ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କ ନାମରେ ମଙ୍ଗଳବାର ସମନ ଜାରି କରିଛନ୍ତି । ଶିନ୍ଦେ ଗ୍ରୁପ୍‌ର ନେତା ରାହୁଲ ରମେଶ ଶେବାଲେଙ୍କ ଅବମାନନା ପିଟିସନ୍ ଆଧାରରେ ଏପ୍ରିଲ୍ ୧୭ ତାରିଖରେ କୋର୍ଟରେ ହାଜର ହେବା ପାଇଁ ଠାକ୍‌ରେ ଏବଂ ଅନ୍ୟ ନେତାମାନଙ୍କୁ ଏହି ସମନ ଜାରି କରାଯାଇଛି । ଏକନାଥ ସିନ୍ଦେ ୨୦୦୦ କୋଟି ଟଙ୍କା ବଦଳରେ ଶିବସେନା ନିର୍ବାଚନ ସଙ୍କେତ କିଣିଛନ୍ତି ବୋଲି ସଞ୍ଜୟ ରାଉତ ଏବଂ ଅନ୍ୟ ନେତା ଏକ ବୟାନରେ କହିଥିଲେ । ଭବିଷ୍ୟତରେ ଏପରି ବୟାନ୍ ଦେବାରୁ ନିବୃତ୍ତ ରହିବାକୁ କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ମଧ୍ୟ ରାହୁଲ ରମେଶ ଶେବାଲେ ନିଜ ପିଟିସନ୍‌ରେ ଦାବି କରିଥିଲେ । ତେବେ ଏହା ରାଜନୈତିକ ମାମଲା ହୋଇଥିବାରୁ ଅନ୍ୟ ପକ୍ଷଙ୍କୁ ନଶୁଣିବା ପର୍ଯ୍ୟନ୍ତ ଆଦେଶ ଦେଇପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି । ଶୁଣାଣି ବେଳେ ଶେବାଲେଙ୍କ ଓକିଲ କହିଥିଲେ, ସଞ୍ଜୟ ରାଉତ ଏବଂ ଅନ୍ୟ ନେତାମାନେ ନିର୍ବାଚନ କମିଶନ ପରି ସାମ୍ବିଧାନିକ ସଂସ୍ଥା ବିରୋଧରେ ଅଭିଯୋଗ କରିଛନ୍ତି । ଏହା ଉପରେ କୋର୍ଟ କହିଛନ୍ତି, ନିର୍ବାଚନ କମିଶନ ପରି ସଂସ୍ଥା ସମସ୍ତ ଉତ୍ତର ଦେବାରେ ସକ୍ଷମ ।

Related Articles

Leave a Reply

Your email address will not be published.

Back to top button