ରାହୁଲଙ୍କୁ ସରକାରୀ ବଙ୍ଗଳା ଖାଲି କରିବାକୁ ନୋଟିସ

ନୂଆଦିଲ୍ଲୀ: ଲୋକସଭାରୁ ସଦସ୍ୟତା ରଦ୍ଦ ହେବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ତାଙ୍କ ସରକାରୀ ବଙ୍ଗଳା ଖାଲି କରିବାକୁ ନୋଟିସ ଜାରି ହୋଇଛି । ଲୋକସଭା ହାଉସିଂ କମିଟି ଏହି ନୋଟିସ ଜାରି କରିଛି । ରାହୁଲ ଆସନ୍ତ ଏପ୍ରିଲ ୨୨ ତାରିଖ ସୁଦ୍ଧା ୧୨, ତୁଗଲକ ରୋଡ଼ରେ ଥିବା ତାଙ୍କ ସରକାରୀ ବଙ୍ଗଳା ଛାଡ଼ିବାକୁ ଏଥିରେ ନିର୍ଦ୍ଦେଶ ଦିଆଯାଇଛି । ୨୦୦୪ରେ ପ୍ରଥମ କରି ସାଂସଦ ଭାବେ ନିର୍ବାଚିତ ହେବା ପରେ ରାହୁଲଙ୍କୁ ଏହି ସରକାରୀ ଘର ମିଳିଥିଲା । ଆଇନ ଅନୁସାରେ ଯଦି ଜଣଙ୍କ ସଦସ୍ୟତା ରଦ୍ଦ ହୁଏ କିମ୍ବା ସେ ସାଂସଦ ନ ରୁହନ୍ତି ତେବେ ମାସକ ଭିତରେ ଘର ଖାଲି କରିବାକୁ ପଡ଼ିଥାଏ । ତେବେ ରାହୁଲ ଏହି ଅବଧି ବୃଦ୍ଧି କରିବା ନିମନ୍ତେ ହାଉସିଂ କମିଟିକୁ ଅନୁରୋଧ କରିପାରିବେ । ମାନହାନି ମାମଲାରେ ଗତ ୨୩ ତାରିଖରେ ସୁରଟର ଏକ କୋର୍ଟ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨ ବର୍ଷ ଜେଲଦଣ୍ଡ ଶୁଣାଇଥିଲେ । ଏହାପରେ ରାହୁଲଙ୍କର ସଂସଦ ପଦକୁ ରଦ୍ଦ କରିଥିଲେ ସଂସଦୀୟ ବୋଡର଼୍ କମିଟି ।

Related Articles

Leave a Reply

Your email address will not be published.

Back to top button