ଆଲବମ୍ ଅଭିନେତ୍ରୀଙ୍କ ଝୁଲନ୍ତା ମୃତଦେହ

ଭୁବନେଶ୍ବର : ଆଲବମ୍ ଅଭିନେତ୍ରୀ ତଥା ଗାୟିକା ରୁଚିସ୍ମିତା ଗୁରୁଙ୍କ ସନ୍ଦେହଜନକ ମୃତ୍ୟୁ। ବଲାଙ୍ଗିର ସୁଦପଡ଼ାରେ ଥିବା ତାଙ୍କ ମାମୁଙ୍କ ଘରୁ ଝୁଲନ୍ତା ମୃତଦେହ ଠାବ ହୋଇଛି। ଖବର ପାଇ ପୁଲିସ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଯୁବତୀଙ୍କ ନିଜ ଘର ସୋନପୁର ଜିଲ୍ଲା ବରମହାରାଜପୁରରେ। ସେ କିଛିଦିନ ହେବ ସହରର ତାଲପାଲିପଡ଼ାରେ ରହୁଥିଲେ। ସେ ମା’ଙ୍କ ସହ ତାଙ୍କ ମାମୁଘର ସୁଦପଡ଼ାକୁ ଆସିଥିଲେ। ପାରିବାରିକ ଅଶାନ୍ତିକୁ ନେଇ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଅଲୋଚନା ହେଉଥିବା ହେଁ ମୃତ୍ୟୁର କାରଣ ଜଣାପଡ଼ି ନାହିଁ । ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ଭୀମ ଭୋଇ ମେଡିକାଲ କଲେଜ ହସପିଟାଲକୁ ନିଆଯାଇଛି। ସେ ବଲାଙ୍ଗିରରେ ଜଣେ ଜଣାଶୁଣା ଭଜନ ଗାୟିକା ଭାବେ ପରିଚିତ। କେତେକ ଆଲବମ୍‌ରେ ଅଭିନୟ କରିବା ପରେ ସେ ଆହୁରି ଚର୍ଚ୍ଚାକୁ ଆସିଥିଲେ। ବିଭିନ୍ନ ସ୍ଥାନରେ ତାଙ୍କ ଷ୍ଟେଜ୍ ଶୋ’ ମଧ୍ୟ ଦେଖିବାକୁ ମିଳୁଥିଲା। ତାଙ୍କ ମୃତ୍ୟୁର କାରଣ ତଦନ୍ତ ପରେ ଜଣାପଡ଼ିବ ବୋଲି ପୁଲିସ ସୂଚନା ଦେଇଛି। ବଲାଙ୍ଗୀର ତାଲପାଳିପଡାରେ ରୁଚିସ୍ମିତାଙ୍କର ଘର । ତାଙ୍କ ବାପା ସୋନପୁରରେ ଚାକିରି କରୁଛନ୍ତି । ଗତ ଦୁଇବର୍ଷ ତଳେ ରୁଚିସ୍ମିତାଙ୍କ ଭାଇ ମଧ୍ୟ ଆତ୍ମହତ୍ୟା କରିଥିଲେ । ତେବେ ସୁଇସାଇଡ ପଛର ପ୍ରକୃତ କାରଣ କଣ ତାହା ଅସ୍ପଷ୍ଟ ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କେଉଁ କାରଣ ପାଇଁ ରୁଚି ଚରମ ନିଷ୍ପତ୍ତି ନେଇଛନ୍ତି ତାହାର ଖୋଳତାଡ଼ କରାଯାଉଛି । ଶବବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ।

Related Articles

Leave a Reply

Your email address will not be published.

Back to top button