ମହାକାଶକୁ ଏକା ସାଙ୍ଗରେ ୩୬ଟି ଉପଗ୍ରହ ପଠାଇଲା ଇସ୍ରୋ

ନୂଆଦିଲ୍ଲୀ :  ଇତିହାସ ରଚିଛି ଭାରତୀୟ ମହାକାଶ ଗବେଷଣା ସଂଗଠନ ବା ଇସ୍ରୋ। ଇସ୍ରୋ ରବିବାର  ଚଳିତ ବର୍ଷର ସବୁଠାରୁ ବଡ଼ ବାଣିଜ୍ୟିକ ମିସନରେ ସଫଳତା ହାସଲ କରିଛି। ଇସ୍ରୋର ସବୁଠାରୁ ଭାରୀ ରକେଟ୍ ଏଲଭିଏମ୍ ଥ୍ରୀ -ଏମ୍ ଥ୍ରୀ ଦ୍ବାରା ୩୬ଟି ଉପଗ୍ରହର ସଫଳ ଉତ୍‌କ୍ଷେପଣ କରାଯାଇଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ସକାଳ ୯ଟାରେ ଏଲଭିଏମ୍ ଥ୍ରୀ -ଏମ୍ ଥ୍ରୀର ଉତକ୍ଷେପଣ କରାଯାଇଥିଲା। ଏଲଭିଏମ୍ ଥ୍ରୀ -ଏମ୍ ଥ୍ରୀ ଦ୍ବାରା ଉତ୍‌କ୍ଷେପଣ ହୋଇଥିବା ଉପଗ୍ରହଗୁଡ଼ିକ ସଫଳତାର ସହ କକ୍ଷପଥରେ ଅବସ୍ଥାପିତ ହୋଇଛି। ବ୍ରିଟିସ ଷ୍ଟାର୍ଟଅପ୍ ‘ୱାନୱେବ’ର ୩୬ଟି ଉପଗ୍ରହକୁ ଏହି ମିସନରେ ସାମିଲ କରାଯାଇଥିଲା। ଇସ୍ରୋର ଏହି ମିସନର ଲକ୍ଷ୍ୟ ହେଉଛି ୬୦୦ ରୁ ଅଧିକ ଉପଗ୍ରହକୁ ମହାକାଶକୁ ପଠାଇ ଏକ ମଜବୁତ୍ ଗ୍ରୁପ୍ ବନାଇବା । ଏହା ପୂର୍ବରୁ ମଧ୍ୟ ଇସ୍ରୋ ତରଫରୁ ୨୦୨୨ ଅକ୍ଟୋବର ୨୩ ତାରିଖରେ ୩୬ ଟି ଉପଗ୍ରହକୁ ସଫଳତାପୂର୍ବକ ରୂପରେ ପୃଥିବୀର ୬୦୦ କିଲୋମିଟର ନିମ୍ନ କକ୍ଷପଥ ମଧ୍ୟରେ ଲଞ୍ଚ କରାଯାଇଥିଲା। ଇସ୍ରୋର ଅଧ୍ୟକ୍ଷ ବୈଜ୍ଞାନିକ ଏସ ସୋମନାଥ କହିଛନ୍ତି ଯେ ଏଲଭିଏମ୍ ଥ୍ରୀ -ଏମ୍ ଥ୍ରୀ ରେ ୩୬ଟି ୱାନୱେବ ଉପଗ୍ରହ ଅଛି । ଉଡ଼ାଣ ଭରିବାର ୧୯ ମିନିଟ ଭିତରେ ଏହା ୱାନୱେବ ୩୬ ଟି ଛୋଟ ବ୍ରଡ଼ବ୍ରାଣ୍ଡ ସଞ୍ଚାର ଉପଗ୍ରହ ସହ ଯୋଡିହୋଇଛି। ଏହା ହେଉଛି ପ୍ରାୟ ୪୩.୫ ମିଟର ଲମ୍ବା ରକେଟର ଉତକ୍ଷେପଣ। ୮ହଜାର କିଲୋଗ୍ରାମ ପର୍ୟ୍ୟନ୍ତ ଉପଗ୍ରହ ପରିବହନ କରିବାର କ୍ଷମତା ଥିବା ଏହାକୁ ସବୁଠାରୁ ଭାରୀ ଉପଗ୍ରହ ମଧ୍ୟରୁ ଗୋଟିଏ ବୋଲି କୁହାଯାଇଛି।

Related Articles

Leave a Reply

Your email address will not be published.

Back to top button