ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ପୁଣି ତ୍ରୁଟି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ପୁଣି ବଡ ତ୍ରୁଟି ହୋଇଛି । ମୋଦି ଶନିବାର କର୍ଣ୍ଣାଟକ ଗସ୍ତରେ ଯାଇଥିଲେ । ପ୍ରଧାନମନ୍ତ୍ରୀଙ୍କ କାର ଦାବଣଗିରି ଦେଇ ଯିବାବେଳେ ଚେକ ସାର୍ଟ ଓ ନୀଳ ରଙ୍ଗର ଜିନସ ପିନ୍ଧିଥିବା ଜଣେ ଯୁବକ ହଠାତ କାର ନିକଟକୁ ପଶିଆସିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ନରେନ୍ଦ୍ର ମୋଦି ରୋଡ ଶୋ କରୁଥିଲେ । ସୁରକ୍ଷା କର୍ମୀ ତାଙ୍କୁ କାରକୁ ଯିବା ପୂର୍ବରୁ କାବୁ କରିନେଇଥିଲେ । ସଂପୃକ୍ତ ଯୁବକଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି । ୩ ମାସ ମଧ୍ୟରେ ଲଗାତାର ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ହୋଇଛି । ଜାନୁଆରୀରେ ହିଁ କର୍ଣ୍ଣାଟକର ହୁବୁଲିରେ ଆଉ ଜଣେ ପ୍ରଧାନମନ୍ତ୍ରୀଙ୍କ ପାଖକୁ ପଶିଆସିଥିଲେ । ରାଜ୍ୟରେ ଚଳିତବର୍ଷ ବିଧାନସଭା ନିର୍ବାଚନ ହେବାର ଅଛି । ଏଥିଲାଗି ଦାବଣଗିରିରେ ବିଜେପି ବିଜୟ ସଂକଳ୍ପ ଯାତ୍ରା ଆରମ୍ଭ କରିଛି । ଏଥିରେ ସାମିଲ ହୋଇ ପ୍ରଧାନମନ୍ତ୍ରୀ ରୋଡ ଶୋ କରିବା ସହ ଜନସଭାକୁ ସମ୍ବୋଧନ କରିଥିଲେ ।

Related Articles

Leave a Reply

Your email address will not be published.

Back to top button