୪ ପ୍ରଦେଶରେ ନୂଆ ବିଜେପି ସଭାପତି

ନୂଆଦିଲ୍ଲୀ: ଆଗକୁ ୨୦୨୪ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଆଗାମୀ ନିର୍ବାଚନକୁ ନଜରରେ ରଖି ସମସ୍ତ ରାଜନୈତିକ ଦଳମାନେ ସେମାନଙ୍କର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହି କ୍ରମରେ କେନ୍ଦ୍ର କ୍ଷମତାରେ ଥିବା ବିଜେପି ଆଜି ୪  ରାଜ୍ୟରେ ଥିବା ସଭାପତିଙ୍କୁ ବଦଳାଇ ନୂଆ ସଭାପତିଙ୍କ ନାମ ଘୋଷଣା କରିଛି । ଓଡ଼ିଶା, ରାଜସ୍ଥାନ, ବିହାର ଓ ଦିଲ୍ଲୀରେ ନୂଆ ସଭାପତିଙ୍କୁ ନିଯୁକ୍ତି ଦିଆଯାଇଛି । ଓଡ଼ିଶା- ମନମୋହନ ସାମଲ, ରାଜସ୍ଥାନ-ସି.ପି ଯୋଶୀ, ବିହାର-ସମ୍ରାଟ ଚୌଧୁରୀ, ଦିଲ୍ଲୀ-ବୀରେନ୍ଦ୍ର ସଚଦେବା ନୂଆ ସଭାପତିଙ୍କୁ ନିଯୁକ୍ତି ଦିଆଯାଇଛି । ମନମୋହନ ସାମଲ ଓଡ଼ିଶାର ରାଜ୍ୟସଭାପତି ଭାବେ ନିଯୁକ୍ତ ହୋଇଛନ୍ତି ।  ମନମୋହନଙ୍କୁ ରାଜ୍ୟ ସଭାପତିଭାବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ନିଯୁକ୍ତ କରିଛନ୍ତି । ସମୀର ମହାନ୍ତିଙ୍କ ସ୍ଥାନ ନେଇଛନ୍ତି ମନମୋହନ ସାମଲ ।  ମନମୋହନ ସାମଲ ପୂର୍ବରୁ ମଧ୍ୟ ରାଜ୍ୟ ବିଜେପି ସଭାପତି ଥିଲେ । ରାଜ୍ୟରେ ବିଜେପି ଓ ବିଜେଡି ମେଣ୍ଟ ସରକାର ଥିବାବେଳେ ଶ୍ରୀ ସାମଲ ମନ୍ତ୍ରୀ ମଧ୍ୟ ଥିଲେ ।  ଦିଲ୍ଲୀରେ ବିରେନ୍ଦ୍ର ସଚଦେବାଙ୍କୁ ଦଳ ଦାୟୀତ୍ୱ ଦେଇଛି । ଦିଲ୍ଲୀ ଏମସିଡି ନିର୍ବାଚନରେ ଦଳ ପରାଜିତ ହେବା ପରେ ରାଜ୍ୟ ସଭାପତି ଥିବା ଆଦେଶ ଗୁପ୍ତା ସଭାପତି ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ବିରେନ୍ଦ୍ର ସଚଦେବା କାର୍ୟ୍ୟକାରୀ ସଭାପତି ଭାବେ ନିଯୁକ୍ତ ହୋଇଥିଲେ । ସମ୍ରାଟ ଚୌଧୁରୀଙ୍କ ବିହାର ବିଜେପିର ସଭାପତି ଭାବେ ନିଯୁକ୍ତ କରାଯାଇଛି । ଏହାସହ ରାଜସ୍ଥାନରେ ଦଳର ସଭାପତି ଭାବେ ସି.ପି ଯୋଶୀଙ୍କୁ ନିଯୁକ୍ତ କରାଯାଇଛି । ସିପି ଯୋଶୀ ରାଜସ୍ଥାନ ବିଜେପିର ଜଣେ ବ୍ରାହ୍ମଣ ଚେହେରା । ସେ ଏବେ ଚଣ୍ଡିଗଡ ଲୋକସଭା ଆସନରୁ ସାଂସଦ ଅଛନ୍ତି । ଏହା ପୂର୍ବରୁ ରାଜସ୍ଥାନର ବିଜେପିର ସଭାପତି ଭାବେ ସତୀଶ ପୁନିଆ କାର୍ୟ୍ୟ ତୁଲାଉଥିଲେ ।

Related Articles

Leave a Reply

Your email address will not be published.

Back to top button