ଇଡିରେ ହାଜର ହେଲେ କବିତା

ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ବିଆରଏସ୍ ନେତ୍ରୀ ତଥା ତେଲେଙ୍ଗାନା ବିଧାୟିକା କେ.କବିତା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟରେ ହାଜର ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଏହି ଦୁର୍ନୀତିରେ ସଂପୃକ୍ତି ଥିବା ଅଭିଯୋଗରେ କବିତାଙ୍କୁ ଚଳିତମାସ ୧୧ରେ ଇଡି ପକ୍ଷରୁ ଦୀର୍ଘ ୯ ଘଣ୍ଟା ଜେରା କରାଯାଇଥିଲା । ଏଥିସହିତ ମାର୍ଚ୍ଚ ୧୬ରେ ପୁଣି ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ୧୬ରେ କବିତା ଅନୁପସ୍ଥିତ ରହିଥିଲେ ସୁଦ୍ଧା ଇଡି ଅଫିସକୁ କେତେକ କାଗଜପତ୍ର ପଠାଇଥିଲେ । ତେବେ ଇଡି କର୍ତ୍ତୃପକ୍ଷ ଏଥିରେ ଅସନ୍ତୋଷ ବ୍ୟକ୍ତ କରି ୨୦ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ଅବକାରୀ ଦୁର୍ନୀତିରେ ‘ସାଉଥ୍ ଗ୍ରୁପ୍‌’ ସଂପୃକ୍ତ ବୋଲି ଯାହା ଅଭିଯୋଗ ହୋଇଛି, ସେଥିମଧ୍ୟରେ କବିତାଙ୍କ ମାଲିକାନାରେ ପରିଚାଳିତ ଏକ କମ୍ପାନୀ ସାମିଲ ଥିବା ଜଣାପଡିଛି ।

Related Articles

Leave a Reply

Your email address will not be published.

Back to top button