ଅନ୍ୟ ଜଣେ ଖାଲିସ୍ତାନୀ ଆତଙ୍କବାଦୀକୁ କାନାଡାରେ ଟାର୍ଗେଟ

ନୂଆଦିଲ୍ଲୀ: ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରର ସହଯୋଗୀଙ୍କ ଘରକୁ ଟାର୍ଗେଟ କରାଯାଇଛି। ନିଜ୍ଜର ସହଯୋଗୀଙ୍କ ଘର ଉପରକୁ ଗୁଳି କରାଯାଇଛି। ଏହି ଆକ୍ରମଣ ଏକ ସମୟରେ ଘଟିଛି, ​​ଯେତେବେଳେ ନିଜ୍ଜର ହତ୍ୟାକୁ ନେଇ ଭାରତ ଏବଂ କାନାଡା ମଧ୍ୟରେ କୂଟନୈତିକ ବିବାଦ ଦେଖାଦେଇଛି। ଗତ ବର୍ଷ ଜୁନ୍ ୧୮ ତାରିଖରେ ବ୍ରିଟିଶ କଲମ୍ବିଆ ପ୍ରଦେଶର ସରେ ସହରର ଗୁରୁଦ୍ୱାର ବାହାରେ ଖାଲିସ୍ତାନୀ ଆତଙ୍କବାଦୀ ନିଜ୍ଜରଙ୍କୁ ହତ୍ୟା କରାଯାଇଥିଲା। କାନାଡିଆନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଯେଉଁ ଘରେ ଗୁଳି ଚାଳନା କରାଯାଇଛି, ତାହା ସିମରନଜିତ ସିଂଙ୍କର ଅଟେ। କାନାଡିଆନ ସମୟ ଅନୁଯାୟୀ ଗୁରୁବାର ସକାଳେ ଏହି ଆକ୍ରମଣ ହୋଇଛି। ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ, ଘର ବାହାରେ ପାର୍କିଂ ହୋଇଥିବା କାର ଉପରେ ବୁଲେଟ୍ ଦାଗରେ ଭରି ଯାଇଛି।

Related Articles

Leave a Reply

Your email address will not be published.

Back to top button