ପ୍ରଦେଶ କଂଗ୍ରେସ ପକ୍ଷରୁ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କର ୭୯ ତମ ଜୟନ୍ତୀ ଉତ୍ସବ କଂଗ୍ରେସ ଭବନ ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସକାଳେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ନେତୃବୃନ୍ଦ ଭୁବନେଶ୍ୱର ରାଜୀବ ଭବନ ଠାରେ ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ପ୍ରଦେଶ କଂଗ୍ରେସ କାର୍ଯ୍ୟଳୟ ଠାରେ କଂଗ୍ରେସ ଭବନ ଠାରେ ନେତୃବୃନ୍ଦ ରାଜୀବଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ। ଆଜିର ଏହି ସମସ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, କଂଗ୍ରେସ ନେତା ରାମଚନ୍ଦ୍ର ଖୁଂଟିଆ, ଅନନ୍ତ ପ୍ରସାଦ ସେଠୀ, ଶିବାନନ୍ଦ ରାୟ, ସୁରେଶ କୁମାର ରାଉତରାୟ, କିଶୋର ଜେନା, ଭୂଜବଳ ମାଝୀ, ଅମୀୟ ପଟ୍ଟନାୟକ, ହଳଧର ସେଠୀ, ଚିନ୍ମୟ ସୁନ୍ଦର ଦାସ, ମନୋରଞ୍ଜନ ଦାଶ, ସୁଦର୍ଶନ ଦାସ, ଜ୍ୟୋତିଷ ସାହୁ, ରଣଜିତ ଦାଶ, ବିଧୁଭୂଷଣ ତ୍ରିପାଠୀ, ବାଙ୍କନିଧି ବେହେରା, ତରୁଣ ମିଶ୍ର, ଶ୍ରୀନିବାସ ରାଉତରାୟ, ଶ୍ରେୟାସ୍ମିତା ପଣ୍ଡା, ରଜନୀ ମହାନ୍ତି ଯୋଗଦେଇଥିଲେ। ସେହିପରି ପ୍ରକାଶ ମିଶ୍ର, ଜୟକୃଷ୍ଣ ମଲ୍ଲିଆ, ସୁଧାଂଶୁ ମହାନ୍ତି, ମିହିର ଆଚାର୍ଯ୍ୟ, ନରୋତମ ନାୟକ, ପ୍ରଦୀପ ମହାପାତ୍ର, ପ୍ରଭାସ କର ମହାପାତ୍ର, ମୋତି କୈବର୍ତ, ସବିର ହୁସେନ, ଇନ୍ଦ୍ରମୋହନ ପଣ୍ଡା, ଏମଡି ଶାହାଦୁଲ୍ଲା, ଭାସ୍କର ସେଠୀ, ଅଜୟ ସାହୁ, ସଂକୁନା କହଁର, ପ୍ରଭାତ ପ୍ରତାପ ସିଂ, ସଂଜୟ ମିଶ୍ର, ଆଲୋକ ମହାନ୍ତି, ସୁଭାଷ ପ୍ରଧାନ, ଖଗେଶ୍ୱର ମଲ୍ଲିକ, ପ୍ରଶନ୍ନ ପାଇକରାୟ, ଦେବେନ୍ଦ୍ର ଦାସ, କୁଳମଣି ସାହୁ ପ୍ରମୁଖ ବହୁ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button