ଇତିହାସ ରଚିଲେ ଭାରତୀୟ ବ୍ୟାଡମିଣ୍ଟନ ତାରକା ସାତ୍ତ୍ଵିକ ସାଇରାଜ, ସୃଷ୍ଟି କଲେ ଗିନିଜ ୱାର୍ଲ୍ଡ ରେକର୍ଡ

ନୂଆଦିଲ୍ଲୀ: ଭାରତର ତାରକା ଖେଳାଳି ସାତ୍ତ୍ଵିକ ସାଇରାଜ ରଙ୍କିରେଡି ୫୬୫ କିଲୋମିଟର ଦ୍ରୁତ ଗତିରେ ସ୍ମାଶ କରି ବ୍ୟାଡମିଣ୍ଟନରେ ଜଣେ ପୁରୁଷ ଖେଳାଳିଙ୍କ ଦ୍ରୁତତମ ‘ହିଟ୍’ ପାଇଁ ଗିନିଜ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିଛନ୍ତି। ଚିରାଗ ଶେଟ୍ଟୀଙ୍କ ସହ ନିକଟରେ ଇଣ୍ଡୋନେସିଆ ଓପନ୍ ସୁପର-୧୦୦୦ ଟାଇଟଲ୍ ଜିତିଥିବା ସାତ୍ତ୍ଵିକ ମଧ୍ୟ ମାଲେସିଆର ଟେନ୍ ବୁନ୍ ହିୟୋଙ୍ଗଙ୍କ ଏକ ଦଶନ୍ଧିରୁ ଅଧିକ ପୁରୁଣା ରେକର୍ଡକୁ (୪୯୩ କିଲୋମିଟର ପ୍ରତି ଘଣ୍ଟା) ଭାଙ୍ଗିଛନ୍ତି। ଏକ ଫର୍ମୁଲା ୱାନ କାର ଦ୍ୱାରା ହାସଲ ହୋଇଥିବା ୩୭୨.୬ କିଲୋମିଟରର ଦ୍ରୁତ ଗତିଠାରୁ ସାତ୍ତ୍ଵିକଙ୍କ ସ୍ମାଶ ଦ୍ରୁତ ଗତିରେ ଥିଲା। ମହିଳା ବିଭାଗରେ ଦ୍ରୁତତମ ବ୍ୟାଡମିଣ୍ଟନ ‘ହିଟ୍’ର ରେକର୍ଡ ମାଲେସିଆର ଟେନ୍ ପୟର୍ଲିଙ୍କ ନାମରେ ନାମିତ ହୋଇଥିଲା, ଯିଏ ଘଣ୍ଟା ପ୍ରତି ୪୩୮ କିଲୋମିଟର ବେଗରେ ସଟ ଲଗାଇଥିଲେ। ଜାପାନର କ୍ରୀଡା ଉପକରଣ ଉତ୍ପାଦନକାରୀ ୟୋନେକ୍ସ ଏକ ପ୍ରକାଶନରେ କହିଛି ଯେ, ୟୋନେକ୍ସ ବ୍ୟାଡମିଣ୍ଟନ ଖେଳାଳି ସାତ୍ତ୍ଵିକ ସାଇରଜ ରଙ୍କିରେଡି (ଭାରତ) ଏବଂ ଟେନ୍ ପୟର୍ଲି (ମାଲେସିଆ) ଯଥାକ୍ରମେ ଦ୍ରୁତତମ ପୁରୁଷ ଏବଂ ମହିଳା ବ୍ୟାଡମିଣ୍ଟନ ହିଟ୍ ରେ ନୂତନ ଗିନିଜ୍ ସୃଷ୍ଟି କରି ବିଶ୍ୱ ରେକର୍ଡ ହାସଲ କରିଛନ୍ତି। ଏହା ଘୋଷଣା କରି ୟୋନେକ୍ସ ଗର୍ବିତ।

Related Articles

Leave a Reply

Your email address will not be published.

Back to top button