୧୬ରେ ଯୋଶୀମଠ ସମ୍ପର୍କରେ ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଯୋଶୀମଠ ସହରର ସ୍ଥିତିକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରିବାକୁ ଯେଉଁ ପିଟିସନ ଦାଏର କରାଯାଇଛି, ତାହାର ଶୁଣାଣି ଆସନ୍ତା ୧୬ରେ କରାଯିବ ବୋଲି ସୁପ୍ରିମକୋର୍ଟ ସମ୍ମତି ପ୍ରଦାନ କରିଛନ୍ତି । ଏହି ମାମଲାର ଶୀଘ୍ର ଶୁଣାଣି କରିବାକୁ ପିଟିସନଧାରୀ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ ଦାବି କରିଥିଲେ । ତେବେ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ ଓ ଜଷ୍ଟିସ ପି.ଏସ୍‌.ନରସିଂହାଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ ଖଣ୍ଡପୀଠ ମଙ୍ଗଳବାର ଏହି ଦାବିକୁ ଖାରଜ କରିଦେଇଛନ୍ତି । ପ୍ରତ୍ୟେକ ଜରୁରୀ ମାମଲା ଶୁଣାଣି ପାଇଁ ସୁପ୍ରିମକୋର୍ଟକୁ ସିଧାସଳଖ ଆସିବା ଅନୁଚିତ ବୋଲି ଖଣ୍ଡପୀଠ ମତବ୍ୟକ୍ତ କରିଛନ୍ତି । ପରିସ୍ଥିତିର ମୁକାବିଲା କରିବାକୁ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ସଂସ୍ଥା ଓ ବ୍ୟକ୍ତିବିଶେଷ ରହିଥିବାବେଳେ ସିଧାସଳଖ ସୁପ୍ରିମକୋର୍ଟକୁ ଆସିବାର କୌଣସି ଯଥାର୍ଥତା ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି ।

Related Articles

Leave a Reply

Your email address will not be published.

Back to top button