ଦେଶରେ ସଂକ୍ରମଣ ସଂଖ୍ୟା ୨ କୋଟି ଟପିଲା

ନୂଆଦିଲ୍ଲୀ : ଦେଶରେ ଧିରେଧିରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି  । ଆଗକୁ ମଧ୍ୟ ଏହି ହ୍ରାସ ଧାରା ଜାରି ରହିବ ବୋଲି ଆଶା କରାଯାଉଛି  ।  ତଥାପିବି ଦୈନିକ ସଂକ୍ରମଣ ଚିନ୍ତାଜନକ ସ୍ଥିତିରେ ରହିଛି  । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୩ ଲକ୍ଷ ୫୭ ହଜାର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି  । ଫଳରେ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ଟପିଯାଇଛି  । ଗତ ତିନିଦିନ ଧରି କରୋନା ସଂକ୍ରମଣରେ ହ୍ରାସ ପରିଲକ୍ଷିତ ହୋଇଛି  । ଅନେକ ରାଜ୍ୟରେ ଲକଡାଉନ ଓ ସଟଡାଉନ ଭଳି ପଦକ୍ଷେପ ଗ୍ରହଣ କରାଯାଇଥିବାରୁ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଛି  । ସମ୍ପ୍ରତି ଦେଶରେ ୩୪ ଲକ୍ଷ କରୋନା ସଂକ୍ରମିତ ଚିକିତ୍ସିତ ହେଉଛନ୍ତି  । ଯେତେବେଳେକି ୧.୬୬ କୋଟି ସଂକ୍ରମିତ ସୁସ୍ଥ ହୋଇଛନ୍ତି  । ତେବେ ଗତ ୨୪ ଘଂଟା ମଧ୍ୟରେ ୩୪୪୯ ଜଣ ମୃତ୍ୟୁ ବରଣ କରିଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୨.୨୨ ଲକ୍ଷ ଟପିଯାଇଛି  । ବିଶେଷକରି ପ୍ରଥମ ଥର ପାଇଁ ମହାରାଷ୍ଟ୍ରରେ ଦୈନିକ ସଂକ୍ରମଣ ୫୦ ହଜାର  ତକଳୁ ଖସିଛି  । ଗତ ୨୪ ଘଂଟା ମଧ୍ୟରେ ମହାରାଷ୍ଟ୍ରରେ ୪୮୬୨୧ ଜଣ ସଂକ୍ରମିତ ହୋଇଥିବାବେଳେ ମୋଟ ସଂକ୍ରମଣ ସଂଖ୍ୟା ୪୭ ଲକ୍ଷ ୭୧ ହଜାରରେ ପହଁଚିଛି  । ଏଯାବତ ମହାରାଷ୍ଟ୍ରରେ ୭୦୫୮୧ ଜଣ କରୋନାରେ ପ୍ରାଣ ହରାଇ ସାରିଲେଣି  ।

Related Articles

Leave a Reply

Your email address will not be published.

Back to top button