ଓଜନ ହ୍ରାସ କରିବାରେ ସାହାଯ୍ୟ କରେ କଦଳୀ

ଆଜି କାଲି ଜମାନାରେ ଯୁବ ପିଢି ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ନିଜର ଓଜନକୁ ନେଇ ଚିନ୍ତିତ । ଓଜନ ବଢାଇବା ଓ କମାଇବା ନେଇ ସମସ୍ତଙ୍କ ଟେନ୍ସନ । କିନ୍ତୁ ଯଦି ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବେ ଡାଏଟ୍ ସଠିକ ଭାବରେ ଅନୁସରଣ କରିବେ । ତେବେ ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ । ଜାଣି ଆଶ୍ଚର୍ଯ୍ୟ ହେବେ ଏ ଦୁଇଟି ସମସ୍ୟା ପାଇଁ କଦଳୀ ଆପଣଙ୍କୁ ସାହାଯ୍ୟ କରିବ । କଦଳୀ ଅନ୍ୟ ଫଳ ଅପେକ୍ଷା ମିଠା କମ ହୋଇଥିବାରୁ ଏହା ଖାଇବା ଦ୍ୱାରା ସହଜରେ ଓଜନ ହ୍ରାସ ହୋଇଥାଏ । କିନ୍ତୁ ଏହାକୁ ସଠିକ ଉପାୟରେ ଖାଇବା ଆବଶ୍ୟକ । ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ଓ କଦଳୀ ଖାଉଛନ୍ତି ତେବେ ସମ୍ପୂର୍ଣ୍ଣ ପାଚିଲା କଦଳୀ ନଖାଇ ଦରପାଚିଲା କଦଳୀ ଖାଆନ୍ତୁ । ଏଥଇରେ ଫାଇବର ଓ ମିଠାପଣ କମ୍ ଥାଏ ଯାହା ଓଜନକୁ ନିୟନ୍ତ୍ରଣରେ ରଖିଥାଏ । ଅଧିକ ପାଚିଥିବା କଦଳୀରେ ମିଠା ଅଂଶ ଅଧିକ ଥାଏ ଯାହା ଓଜନ ବଢାଇଥାଏ । କଦଳୀ ସପ୍ତାହକୁ ମାତ୍ର ତିନି ଥର ଖାଇବା ଉଚିତ୍ । ଓଜନ କମାଇବାକୁ ଚାହୁଁଥିଲେ କଦଳୀକୁ ଓଟ୍ସ କିମ୍ବା ମକା ଫ୍ଲେକ୍ସ ସହ ମଧ୍ୟ ଖାଇପାରିବେ । ବିଭିନ୍ନ୍ ଫଳ ସହ ଓ କ୍ଷୀରରେ ଅଧା କଦଳୀ ଓ ଚିଆ ମଞ୍ଜି ଖାଇପାରିବେ । କିନ୍ତୁ ଯଦି ଆପଣ ଓଜନ ବଢାଇବାକୁ ଚାହୁଁଛନ୍ତି ପାଚିଲା କଦଳୀ ଖାଆନ୍ତୁ । ଏଥିରେ ୧୧୫ କ୍ୟାଲୋରୀ ଓ ୨୭ ଗ୍ରାମ କାର୍ବସ୍ ଥାଏ । ଏଥିରେ ଅଧିକ ଚିନି ଥିବାରୁ ରକ୍ତରେ ଶର୍କରା ବଢାଇଥାଏ । ମଧୁମେୟ ରୋଗୀ ଏଥିରୁ ଦୂରେଇ ରୁହନ୍ତୁ । ବ୍ୟାମ୍ ପରେ କଦଳୀ ଖାଆନ୍ତୁ । କଦଳାକୁ ଆପଣ ସ୍ମୁଥ ତିଆରି କରି ଖାଆନ୍ତୁ । ଏହା ଆପଣଙ୍କ ଶକ୍ତି ସ୍ତର ବୃଦ୍ଧି କରିବା ସହ ଓଜନ ମଧ୍ୟ ବୃଦ୍ଧି କରିଥାଏ ।

Related Articles

Leave a Reply

Your email address will not be published.

Back to top button