ଚିତ୍ରଗୁପ୍ତ ଚରିତ୍ରରେ ଅଜୟ

ବଲିଉଡ୍ ଅଭିନେତା ଅଜୟ ଦେବଗନ, ସିଦ୍ଧାର୍ଥ ଓ ରକୁଲ ପ୍ରୀତ ଏକାଠି ନଜର ଆସିବେ ନୂଆ ହିନ୍ଦୀ ସିନେମା ‘ଥ୍ୟାଙ୍କ୍ ଗଡ୍‌’ରେ । ଏବେ ଏହାର ଫାଷ୍ଟ୍‌ଲୁକ୍‌ର ପୋଷ୍ଟ୍‌ର ଜାରି କରାଯାଇଛି । ତା’ସହ ଏହାର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରାଯାଇଛି । ସିନେମାଟି ଦୀପାବଳି ଅବସରରେ ମୁକ୍ତିଲାଭ କରିବ । ଅର୍ଥାତ୍ ଅକ୍ଟୋବର ୨୫ରେ ଏହାକୁ ରିଲିଜ୍ କରାଯିବ । ଇନ୍ଦ୍ର କୁମାରଙ୍କ ନିର୍ଦ୍ଦେଶିତ ଏହି ସିନେମାର କାହାଣୀ ରୋମାଣ୍ଟିକ୍ ଡ୍ରାମା ଉପରେ ଆଧାରିତ । ତେବେ ଏହି ସିନେମାରେ ଅଜୟଙ୍କୁ ଏକ ନୂଆ ଚରିତ୍ରରେ ଦେଖିବାକୁ ମିଳିବ । ସେ ଏଥିରେ ଚିତ୍ରଗୁପ୍ତ ଚରିତ୍ରରେ ଅଭିନୟ କରିବେ । ଅନ୍ୟପଟେ ଏହି ସିନେମା ମାଧ୍ୟମରେ ଅଜୟ ଓ ସିଦ୍ଧାର୍ଥ ପ୍ରଥମ ଥର ପାଇଁ ଏକାଠି ନଜର ଆସିବେ ।

Related Articles

Leave a Reply

Your email address will not be published.

Back to top button