‘ୟାସ୍‌’ କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଆଜି ଆସୁଛନ୍ତି କେନ୍ଦ୍ରୀୟ ଟିମ୍

ଭୁବନେଶ୍ବର: ବାତ୍ୟା ‘ୟାସ୍‌’ କ୍ଷୟକ୍ଷତି ଆକଳନ ପାଇଁ ଆଜି ଆସିବେ କେନ୍ଦ୍ରୀୟ ଟିମ୍। କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ସୁନୀଲ ବଂଶଓ୍ୱାଲଙ୍କ ଅଧ୍ୟକ୍ଷତାରେ ଏକ ୭ ଜଣିଆ ଟିମ ଓଡ଼ିଶା ଆସୁଥିବା ଜଣାପଡ଼ିଛି। ଏହି ଟିମ୍‌ ସୋମବାର ଓ ମଙ୍ଗଳବାର ଦୁଇ ଦିନ ଧରି ବାତ୍ୟା ୪ ପ୍ରଭାବିତ ଜିଲ୍ଲା ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବେ ବୋଲି ସୂଚନା ମିଳିଛି। ଏଥିସହ ଏସ୍‌ଆର୍‌ସି ଓ ମୁଖ୍ୟ ସଚିବଙ୍କ ସହ କ୍ଷୟକ୍ଷତି ନେଇ ଆଲୋଚନା କରିବେ ଏହି ଟିମ୍‌। ବଂଶଓ୍ୱାଲ୍‌ ରବିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ ବୋଲି ସୂଚନା ମିଳିଥିବା ବେଳେ ଅନ୍ୟ ୬ ଜଣ ସଦସ୍ୟଙ୍କ ନାମ କେନ୍ଦ୍ର ସରକାରଙ୍କ ତରଫରୁ ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟକୁ ଅବଗତ କରାଯାଇଛି।

ଗତ ୨୬ ତାରିଖ ଓଡ଼ିଶା ଉପକୂଳରେ ମାଡ଼ ହୋଇଥିବା ବାତ୍ୟା ୟାସ୍‌ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି କରିଥିଲା। ବାତ୍ୟା ୟାସ୍‌ରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଏହି ଜିଲ୍ଲା ଗୁଡ଼ିକ ପରିଦର୍ଶନ କରିବ ଏହି ଟିମ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବରୁ ଓଡ଼ିଶା ଗସ୍ତରେ ଆସି ବାତ୍ୟାଞ୍ଚଳ ବୁଲି ଦେଖିବା ସହ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କ ପ୍ରତିନିଧି ମଣ୍ଡଳୀ ସହ ସମୀକ୍ଷା ବୈଠକ କରିଥିଲେ। ଏହାପରେ ଦିଲ୍ଲୀ ଫେରି ଓଡ଼ିଶାକୁ ୫ ଶହ କୋଟିର ଅତିରିକ୍ତ ସହାୟତା ରାଶି ପ୍ରଦାନ କରିଥିଲେ ଏବଂ କେନ୍ଦ୍ରୀୟ ଟିମ୍‌ ସମୀକ୍ଷା କରିବା ପରେ ବାକି ସହାୟତା ଅର୍ଥ ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ।

Related Articles

Leave a Reply

Your email address will not be published.

Back to top button