ଟିକା ଆମଦାନି ପାଇଁ ରାଜ୍ୟ ଏବଂ କମ୍ପାନୀମାନେ ନିଷ୍ପତ୍ତି ନେବେ

ନୂଆଦିଲ୍ଲୀ: କେନ୍ଦ୍ର ସରକାର କୋଭିଡ୧୯ ଟିକା ବିଦେଶରୁ ଆମଦାନି କରିବେ ନାହିଁ । ରାଜ୍ୟ ଏବଂ କମ୍ପାନୀ ଗୁଡ଼ିକ ଟିକା ସିଧାସଳଖ ଭାବେ ଆମଦାନି କରନ୍ତୁ ବୋଲି ସରକାର ଚାହୁଁଛନ୍ତି । ଦୁଇ ଜଣ ବରିଷ୍ଠ ସରକାରୀ ଅଧିକାରୀ ଏହି ସୂଚନା ଦେଇଛନ୍ତି । ଯଦି ଏଭଳି ହୁଏ, ତେବେ ଦେଶରେ କୋଭିଡ ଟିକାକରଣ ଅଭିଯାନ ଧିମା ହେବା ଆଶଙ୍କା ରହିଛି ।  ଅଧିକାରୀଦ୍ୱୟ କହିଛନ୍ତି, ମୋଦି ସରକାର ଘରୋଇ ଟିକା ଉତ୍ପାଦନକାରୀଙ୍କ ଉପରେ ଫୋକସ କରିବେ । ସେମାନଙ୍କଠାରୁ ଟିକା କିଣିବା ପାଇଁ ଗ୍ୟାରେଣ୍ଟି ଦେବେ । କିନ୍ତୁ ଆମଦାନି ପାଇଁ ରାଜ୍ୟ ଏବଂ କମ୍ପାନୀମାନେ ନିଷ୍ପତ୍ତି ନିଅନ୍ତୁ ବୋଲି ସରକାର ଚାହୁଁଛନ୍ତି । ଉଲ୍ଲେଖଯୋଗ୍ୟ ଦେଶରେ କରୋନା ସଂକ୍ରମଣ ମାଡ଼ିବା ପରିପ୍ରେକ୍ଷୀରେ ସରକାର ଫାଇଜର ମଡେର୍ଣ୍ଣା ଏବଂ ଜନସନ ଆଣ୍ଡ ଜନସନ ଭଳି କମ୍ପାନୀକୁ ସେମାନଙ୍କ ଟିକାକୁ ଭାରତରେ ଅନୁମତି ଲାଗି ଆବେଦନ କରିବାକୁ କହିଛନ୍ତି । ଏଥିପାଇଁ ନିୟମ କୋହଳ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Related Articles

Leave a Reply

Your email address will not be published.

Back to top button