ଜାତୀୟ ହାର ଠାରୁ ଓଡ଼ିଶାର ସ୍ଥିତି ଭଲ:ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର:ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । ତେବେ ଜାତୀୟ ହାର ଠାରୁ ଓଡ଼ିଶାର ସ୍ଥିତି ଭଲ ଅଛି । ସରକାରଙ୍କ ପଦକ୍ଷେପ ସୁଫଳ ଦେଇଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି । ରାଜ୍ୟରେ କରୋନା ସ୍ଥିତି ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖି ସେ ଏହା କହିଛନ୍ତି ।ସେ କହିଛନ୍ତି ଯେ, ରାଜ୍ୟରେ ଦୈନିକ ସଂକ୍ରମଣ ନିୟନ୍ତ୍ରଣାଧୀନ ରହିଛି । ରାଜ୍ୟରେ ପୂର୍ବାନୁମାନ ଅପେକ୍ଷା ସଂକ୍ରମଣ ବହୁତ ତଳେ ରହିଛି । ରାଜ୍ୟରେ ଆଇସିୟୁ ଓ ଅକ୍ସିଜେନସନ ବେଡ ବଢାଇବାକୁ ଚେଷ୍ଟା ଚାଲିଛି । ଆମର ଟେଷ୍ଟିଂ କାପାସିଟି ବଢୁଛି, ଆମେ ଟାର୍ଗେଟେଡ ସାମ୍ପଲିଂ କରାଉଛୁ । ଜାତୀୟ ହାର ଠାରୁ ଓଡ଼ିଶାର ସ୍ଥିତି ଭଲ ଅଛି । ସରକାରଙ୍କ ପଦକ୍ଷେପ ସୁଫଳ ଦେଇଛି । କିଛି ଜିଲ୍ଲାରେ ସଂକ୍ରମଣ ହାର ଅଧିକ ଅଛି । ଲକଡାଉନର ପ୍ରଭାବ ନିଶ୍ଚିତ ପଡ଼ିବ । ବ୍ଲାକ ଫଙ୍ଗସ ନୂଆ ରୋଗ ନୁହେଁ । ଆଗରୁ ବି ଥିଲା । କୋଭିଡ ରୋଗୀ, ଆଇସିୟୁ ଭଳି ସ୍ଥାନରେ ଏହା ଦେଖାଦେଉଛି କିଛି ନାହିଁ ତାହାର ଅନୁଧ୍ୟାନ କରାଯାଉଛି । ତୃତୀୟ ଲହର ପାଇଁ ସତର୍କ ରହି ଟ୍ରାନ୍ସମିଶନ ଚେନ ଭାଙ୍ଗିବାକୁ ପଡ଼ିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ।