କରୋନା ଉତ୍ପତ୍ତି ସ୍ଥଳ ଜାଣିବାକୁ ଆମେରିକା ବ୍ୟଗ୍ର

ୱାଶିଂଟନ: ଚୀନକୁ ଛାଡ଼ି ସାରା ବିଶ୍ୱରେ ମୃତ୍ୟୁର ତାଣ୍ଡବ ରହୁଥିବା କରୋନା ଭୂତାଣୁର ଉତ୍ପତିସ୍ଥଳା ବାବଦରେ ଜାଣିବା ପାଇଁ ଆମେରିକା ଉଦ୍ୟମ ଜୋରଦାର କରିଛି । ରାଷ୍ଟ୍ରପତି ଜୋ ବାଇଡେନ ଏହା ଜାଣିବା ଲାଗି ଦେଶର ତଦନ୍ତ ଏଜେନ୍ସିଗୁଡ଼ିକୁ ୯୦ ଦିନ ସମୟ ଦେଇଛନ୍ତି । ଏହି ସମୟ ମଧ୍ୟରେ ରିପୋର୍ଟ ଦାଖଲ କରି ନିର୍ଦ୍ଦେଶ ଦେଇଛନ୍ତି । କରୋନା ଭୂତାଣୁ ସହ ଚୀନର ଓହାନ ଲାବର କି ସମ୍ପର୍କ ରହିଛି, ତାହା ଉପରେ ଅଧିକ ତଦନ୍ତ କରିବା ଲାଗି ମଧ୍ୟ ବାଇଡେନ କହିଥିବା ଜଣାପଡ଼ିଛି । ଏହି ଘାତକ ଭୂତାଣୁ ପଶୁଙ୍କ ଶରୀରରୁ ବ୍ୟାପିଛି ନା ପରୀକ୍ଷାଗାରରୁ, ତାହା ଜାଣିବା ଲାଗି ଅଧିକ ଫୋକସ ଦେବାକୁ ବି କୁହାଯାଇଛି । ଅନ୍ୟ ପକ୍ଷରେ ରାଷ୍ଟ୍ରପତି ଜୋ ବାଇଡେନ ଏହି ତଦନ୍ତ ଲାଗି ଅନ୍ତରାଷ୍ଟ୍ରୀୟ ପ୍ରୟୋଗଶାଳା ଗୁଡ଼ିକର ସହଯୋଗ ଲୋଡ଼ିଛନ୍ତି ।

Related Articles

Leave a Reply

Your email address will not be published.

Back to top button