‘ଏବି’, ‘ବି’ ବ୍ଲଡ ଗ୍ରୁପଧାରୀ ଲୋକଙ୍କ ଠାରେ ସଂକ୍ରମଣ ଆଶଙ୍କା ଅଧିକ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରି ମଧ୍ୟରେ କାଉନସିଲ୍ ଅଫ୍ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ(ସିଏସଆଇଆର) ଏବେ ଏକ ରିସର୍ଚ୍ଚ ଯେପରି ଜାରି କରିଛି  । ସେଥିରେ କରୋନା ସହ ଜଡ଼ିତ ଚକିତ କରିଦେବା ଭଳି ତଥ୍ୟ ସମ୍ନାକୁ ଆସିଛି । ସେହି ରିସର୍ଚ୍ଚ ପେପର ଅନୁସାରେ ‘ଏବି’ ଓ ‘ବି’ ବ୍ଲଡ୍ ଗ୍ରୁପର ଲୋକଙ୍କୁ କରୋନା ପାଇଁ ଅଧିକ ସତର୍କ ରହିବା ଆବଶ୍ୟକ । ‘ଓ’ ବ୍ଲଡ ଗ୍ରୁପର ଲୋକଙ୍କ ଉପରେ ଏହି ରୋଗର ପ୍ରଭାବ ସବୁଠୁ କମ୍ ରହୁଛି । ଏହି ବ୍ଲଡ ଗ୍ରୁପର ଲୋକମାନେ ହୁଏତ ଲକ୍ଷଣହୀନ ରହୁଛନ୍ତି ନହେଲେ ଅତି ସାମାନ୍ୟ ଲକ୍ଷଣ ଦେଖାଯାଉଛି ।

ସିରୋ ସର୍ଭେର ତଥ୍ୟକୁ ଆଧାର କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ଏଥିପାଇଁ ଦେଶର ୧୦ ହଜାର ଲୋକଙ୍କ ତଥ୍ୟ ନିଆଯାଇଥିଲା ଓ ୧୪୦ ଜଣ ଡାକ୍ତରଙ୍କ ଟିମ୍ ତା’ର ବିଶ୍ଳେଷଣ କରିଥିଲେ  । ରିପୋର୍ଟରେ ଆହୁରି ଦାବି କରାଯାଇଛି ଯେ, ଶାକାହାରୀ ଲୋକଙ୍କ ତୁଳନରେ ମାଂସାହାରୀ ଲୋକଙ୍କୁ କରୋନା ହେବାର ଆଶଙ୍କା ଅଧିକ ରହୁଛି  । ଏ ସଂପର୍କରେ ପ୍ରତିକ୍ରିୟା ପ୍ରକାଶ କରି ଆଗ୍ରାର ଡାକ୍ତର ଅଶୋକ ଶର୍ମା କହିଛନ୍ତି, ହୁଏତ ଏହି ଭାଇରସ୍ ବିରୋଧରେ ‘ଏବି’ ଓ ‘ବି’ ବ୍ଲଡ ଗ୍ରୁପର ଲୋକଙ୍କ ତୁଳନାରେ ‘ଓ’ ଗ୍ରୁପର ଲୋକଙ୍କ ମଧ୍ୟରେ ଅଧିକ ରୋଗ ପ୍ରତିରୋଧକ ଶକ୍ତି ଥାଇପାରେ  । ତେବେ ଏହି ଗବେଷଣାର ଅର୍ଥ ନୁହେଁ ଯେ, ‘ଓ’ ଗ୍ରୁପ୍ର ଲୋକେ କୋଭିଡ ପ୍ରୋଟୋକଲ ପାଳନ ଛାଡ଼ିଦେବେ । ଏହା କେବଳ ଏକ ସାମ୍ପଲ ସର୍ଭେ ହୋଇଥିବାରୁ ଏହା ଉପରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି  ।

Related Articles

Leave a Reply

Your email address will not be published.

Back to top button