ଆହୁରି କଠୋର ହେବ ପୁଲିସ, କଟକଣା ନମାନିଲେ ଗିରଫ

ଭୁବନେଶ୍ୱର : ସାବିତ୍ରୀ ପୂର୍ବରୁ ମାର୍କେଟରେ ଅସମ୍ଭାଳ ଭିଡ଼ ହେଲା । କେଉଁଠି ଫଳ ଦୋକାନରେ ଗହଳି ଲାଗିଲା ତ ଆଉ କେଉଁଠି ଗଳା ବାଟରେ ଚାଲିଲା ଲୁଗା ବିକ୍ରି । ଲକଡାଉନ ଜାରି ରହିଥିବା ବେଳେ ଭିଡ଼କୁ ନେଇ କମିସନରେଟ ପୁଲିସକୁ ବେଶ ନାକେଦମ ହେବାକୁ ପଡ଼ିଲା । ଅଧିକାଂଶ ଜାଗାରେ ଲୁଗା ଦୋକାନ ସିଲ୍ ଓ ଦୋକାନୀଙ୍କୁ ଜରିମାନା ହୋଇଛି ସତ କିନ୍ତୁ କୋଭିଡ୍ ନିୟମ ଉଲ୍ଲଂଘନ ହୋଇଛି । ତେବେ ଆଗକୁ ରଜ ପର୍ବ ଆସୁଥିବାରୁ ଯେପରି ଏହାର ପୁନରାବୃତ୍ତି ନ ହୁଏ, ସେଥିପାଇଁ ପୁଲିସ ଆହୁରି କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ପ୍ରସ୍ତୁତ ହୋଇଛି । ରଜ ପାଇଁ ଲୁଗା ଦୋକାନ ଖୋଲି ବେପାର କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ କମିସନରେଟ ପୁଲିସ । ଦରକାର ପଡ଼ିଲେ ଦୋକାନୀଙ୍କୁ ଗିରଫ କରାଯିବ ବୋଲି ଚେତାବନୀ ଦେଇଛନ୍ତି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଏ ନେଇ ସ୍ୱତନ୍ତ୍ର ଡ୍ରାଇଭ୍ ଆରମ୍ଭ ହୋଇଛି । କଟକ ଓ ଭୁବନେଶ୍ୱର ଡିସିପିଙ୍କ ସମେତ ସବୁ ଥାନା ଆଇଆଇସି, ଜୋନ୍ ଏସିପିମାନଙ୍କୁ ନିଜ ନିଜ ଅଞ୍ଚଳରେ ଆଲର୍ଟ ରହିବାକୁ କୁହାଯାଇଛି । ଦୋକାନ ଆଗରେ ତାଲା ପକାଇ ପଛପଟ ଖୋଲି କିମ୍ବା ଗଳାବାଟ ଦେଇ ବେପାର କରୁଥିବା ଦୋକାନୀଙ୍କ ଉପରେ ନଜର ରଖିବା ପାଇଁ ନିଦେ୍ର୍ଧଶ ଦିଆଯାଇଛି । ଟ୍ୱିନ ସିଟିରେ ସଂକ୍ରମଣ କମିଛି । ହେଲେ କଟକଣା କୋହଳ କରାଯାଇନାହିଁ । ତେଣୁ ଆସନ୍ତା ୧୬ତାରିଖ ପର୍ଯ୍ୟନ୍ତ ଆଇନ ଉଲ୍ଲଂଘନକାରୀଙ୍କ ପ୍ରତି ପୁଲିସ ଅଧିକ କଠୋର କାର୍ଯ୍ୟାନୁଷ୍ଠାନ ନେବ । ଆରମ୍ଭରୁ ଯେମିତି ଟ୍ୱିନସିଟି ବାସିନ୍ଦା ପୁଲିସକୁ ସହଯୋଗ କରି ଆସିଛନ୍ତି, ସେମିତି ଆଉ କିଛି ଦିନ ସହଯୋଗ କରିବା ପାଇଁ ପୁଲିସ କମିସନର ଅନୁରୋଧ କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button