ରଥଯାତ୍ରା ଦିନ ଦଳାଚକଟା ଘଟଣା: ୭ ପୋଲିସ ଦାୟୀ

ଭୁୂବନେଶ୍ବର: ପୁରୀ ଗୁଣ୍ଡିଚା ମନ୍ଦିର ଦଳାଚକଟା ଘଟଣାରେ କାର୍ଯ୍ୟାନୁଷ୍ଠାନ ସୁପାରିସ୍ କରାଯାଇଛି । ଚଳିତ ବର୍ଷ ଜୁନ୍ ୨୯ରେ ରଥଯାତ୍ରା ଦିନ ଦଳାଚକଟା ହୋଇଥିବା ଘଟଣାରେ ଦାୟୀ କରି ସୁପାରିସ୍ କରାଯାଇଛି । ଉନ୍ନୟନ କମିସନରଙ୍କ ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ସୁପାରିସ୍ କରାଯାଇଛି । ୭ ପୋଲିସ ଅଧିକାରୀ କାର୍ଯ୍ୟରେ ଅବହେଳା କରିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ରିପୋର୍ଟରେ ଉଲ୍ଲେଖ ଥିବା ୭ ପୋଲିସ ଅଧିକାରୀ ହେଲେ କମାଣ୍ଡାଣ୍ଟ ଅଜୟ କୁମାର ପାଢୀ, ଡିସିପି ବିଷ୍ଣୁପ୍ରସାଦ ପତି, କମାଣ୍ଡାଣ୍ଟ ତାପସ ଦାସ, କେକେ ନାୟକ, ଡିଏସପି ପ୍ରଶାନ୍ତ ସାହୁ, ସୁଶାନ୍ତ ସାହୁ ଓ କମାଣ୍ଡାଣ୍ଟ ଶାରଦା ଦାଶ । ଏନେଇ ଡିଜି ଓ ଆଇଜି ପୋଲିସକୁ ଚିଠି ଲେଖି ଜଣାଇ ଦେଇଛନ୍ତି ଗୃହ ବିଭାଗର ଅତିରିକ୍ତ ସଚିବ । ସୂଚନାଯୋଗ୍ୟ, ରଥଯାତ୍ରା ଦିନ ପୁରୀ ଶରଧାବାଲିରେ ଭୋର ସମୟରେ ପ୍ରବଳ ଭିଡ ଯୋଗୁଁ ଦଳାଚକଟା ହୋଇଥିଲା । ଏହି ଦଳାଚକଟାରେ ୩ ଜଣଙ୍କ ଜୀବନ ଯାଇଥିଲା । କେଉଁ କାରଣରୁ ଏଭଳି ଅଘଟଣ ହେଲା ସେନେଇ ଆରମ୍ଭ ହୋଇଥିଲା ତଦନ୍ତ । ଦୀର୍ଘ ଦିନର ତଦନ୍ତ ପରେ ଘଟଣାରେ ୭ ଜଣ ପୋଲିସ ଅଧିକାରୀଙ୍କ ଦାୟୀ ଥିବା ନେଇ ରିପୋର୍ଟ ଆସିଛି ।



