ଶୈଳବାଳାକୁ ବିଶ୍ୱବିଦ୍ୟାଳୟ ଦାବିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ବର: ଶୈଳବାଳାକୁ ବିଶ୍ୱବିଦ୍ୟାଳୟ ଦାବି ବିଷୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ସରକାର ଏ ପ୍ରସ୍ତାବକୁ ଅଗ୍ରାହ୍ୟ କରିନାହାନ୍ତି । ସରକାର ଏ ସଂପର୍କରେ ଚିନ୍ତାଶୀଳ ଅଛନ୍ତି । କିଛି ପଦକ୍ଷେପ ନିଆଯିବ । ଗୋଟିଏ ଶିକ୍ଷାନୁଷ୍ଠାନକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେଇ ତାକୁ ପକେଇ ରଖିବା ଆମର ଉଦ୍ଦେଶ୍ୟ ନାହିଁ । ଭିତ୍ତିଭୂମିକୁ ସୁଦୃଢ଼ କରିବା, ଶୈକ୍ଷିକ ବାତାବରଣ ଓ ପରିବେଶକୁ ସୁଦୃଢ଼ କହିବାର ମଧ୍ୟ ଆବଶ୍ୟକତା ରହିଛି । ବର୍ତ୍ତମାନ ସୁଦ୍ଧା ବିଶ୍ୱବିଦ୍ୟାଳୟ ମାନଙ୍କରେ ୧୩୫୨ ପଦବୀ ଖାଲି ପଡ଼ିଛି । ପ୍ରତ୍ୟେକ ଜିଲ୍ଲାରେ ବିଶ୍ୱବିଦ୍ୟାଳୟର ଆବଶ୍ୟକତା ରହିଛି । ୪ଟି ଜିଲ୍ଲାରେ ବିଶ୍ୱବିଦ୍ୟାଳୟ କରାଯିବା ପାଇଁ କେବଳ ଘୋଷଣା କରାଯାଇଛି । ଯେଉଁ ଜିଲ୍ଲାରେ ବିଶ୍ୱବିଦ୍ୟାଳୟ ନଥିଲା ସେହି ଜିଲ୍ଲାରେ ବିଶ୍ୱବିଦ୍ୟାଳୟ କରାଯିବା ପାଇଁ ଘୋଷଣା କରାଯାଇଛି । ସୂଚନାଯୋଗ୍ୟ ଯେ, ୧୯୧୩ ମସିହାରେ ପ୍ରତିଷ୍ଠା ହୋଇଥିବା ଶୈଳବାଳା ସ୍ଵୟଂଶାସିତ ମହିଳା ମହାବିଦ୍ୟାଳୟ ରାଜ୍ୟର ପ୍ରଥମ ମହିଳା ମହାବିଦ୍ୟାଳୟ । ଏହାସହ ଭାରତର ପାଞ୍ଚୋଟି ସର୍ବପ୍ରାଚୀନ ମହିଳା ମହାବିଦ୍ୟାଳୟ ମଧ୍ୟରେ ଶୈଳବାଳା ଅନ୍ୟତମ । ଏହି ମହିଳା ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟ ମାନ୍ୟତା ଦାବିରେ ଗତ ୨୮ ଦିନ ହେଲା ଛାତ୍ରୀ ମାନେ ଆନ୍ଦୋଳନ କରିଆସୁଛନ୍ତି । ତେବେ ଏଭଳି ଐତିହ୍ୟ ସମ୍ପନ୍ନ ଶତାୟୁ ମହିଳା ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟ ମାନ୍ୟତା ଦାବିକୁ ଉପେକ୍ଷା କରି ରାଜ୍ୟ ସରକାର ଅନ୍ୟ ଜିଲ୍ଲାରେ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ନିଷ୍ପତ୍ତିକୁ ବିରୋଧ କରି ଛାତ୍ରୀମାନେ ମହାବିଦ୍ୟାଳୟ ଫାଟକରେ ତାଲା ପକାଇ ଶ୍ରେଣୀ ବର୍ଜନ କରିଥିଲେ । ସରକାର ଅସ୍ମିତା କଥା କହି କ୍ଷମତାକୁ ଆସିଥିଲେ । ଆଉ ଶୈଳବାଳା ମହାବିଦ୍ୟାଳୟର ଛାତ୍ରୀ ମାନଙ୍କର ଦାବିକୁ ଉପେକ୍ଷା କରିବା ଅର୍ଥ ହେଉଛି ଓଡ଼ିଆ ଅସ୍ମିତାକୁ ଉପେକ୍ଷ କରିବା ବୋଲି ଛାତ୍ରୀମାନେ କହିଥିଲେ । ସେହିପରି ବିଭିନ୍ନ ସଙ୍ଗଠନ ମଧ୍ୟ ଶୈଳବାଳାକୁ ଉପେକ୍ଷା କଟକକୁ ଉପେକ୍ଷା କରିବା ସହ ସମାନ ଛାତ୍ରୀମାନେ କହିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button