ରାଜଧାନୀରେ ପୁଣି ଅଗ୍ନିକାଣ୍ଡ; ଲୋକାୟୁକ୍ତଙ୍କ କାର୍ଯ୍ୟାଳୟରେ ଲାଗିଲା ନିଆଁ

 ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ଧଉଳି ଥାନା ଅନ୍ତର୍ଗତ ନୂଆଗାଁ ଛକ ନିକଟ ମୁଖ୍ୟରାସ୍ତା ପାର୍ଶ୍ଵରେ ଥିବା ଏସପି ଗ୍ରୁପ୍ ସୁପର ମାର୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟଣା ମନରୁ ଲିଭିନି । ପୁଣି ରାଜଧାନୀରେ ଘଟିଛି ଆଉ ଏକ ଅଗ୍ନିକାଣ୍ଡ । ତୋଷାଳି ଭବନସ୍ଥିତ ଲୋକାୟୁକ୍ତଙ୍କ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଛି । ଆଜି ସକାଳ ପ୍ରାୟ ୧୦ଟା ସମୟରେ ନିଆଁ ଲାଗିଯାଇଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡରେ ଲୋକାୟୁକ୍ତଙ୍କ କାର୍ଯ୍ୟାଳୟରେ ଥିବା ଅନେକ ଜରୁରୀ କାଗଜପତ୍ର ଜଳି ଯାଇଥିବା ପ୍ରାଥମିକ ଭାବେ ଜଣାପଡ଼ିଛି । ସର୍ଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ନିଆଁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀ ପକ୍ଷରୁ ପ୍ରୟାସ ଜାରି ରହିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button