ଜିରୋ ନାଇଟ୍‌ରେ ମଦ ପିଇ ଗାଡି ଡ୍ରାଇଭ ମନା

ଭୁବନେଶ୍ୱର: ଜିରୋ ନାଇଟ୍‌ରେ ମଦ ପିଇ ଗାଡି ଡ୍ରାଇଭ କଲେ କାର୍ଯ୍ୟାନୁଷ୍ଠାନ । ଯଦି କେହି ଅମାନିଆ ହୁଅନ୍ତି ଗାଡି ସିଜ୍ ସହ କୋର୍ଟ ଚାଲାଣ ହେବ । ଏପରି ଚେତାବନୀ ଦେଲେ ଟ୍ୱିନ୍ ସିଟି ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ । ୧୮ଟି ସ୍ଥାନରେ ଲାଗିବ ନାକା, ୨୯ଟି ସ୍ଥାନ ଉପରେ ରହିବ ନଜର । ୫ଟି କ୍ୟୁଆରଟି ଟିମ୍ ମଧ୍ୟ ସଜାଗ ରହିବ । ୧୮ ପ୍ଲାଟୁନ ଫୋର୍ସ ସୁରକ୍ଷା ଦାୟିତ୍ୱରେ ରହିବେ । ଜିରୋ ନାଇଟ୍‌ରେ ରାତି ୧୨ଟା ପରେ ମ୍ୟୁଜିକ୍ ମନା କରାଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button