ପଳାତକ ଅପରାଧୀଙ୍କ ନିମନ୍ତେ ଦୃଢ କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି

ଭୁବନେଶ୍ବର: ଆଜି ଗଂଜାମ ଜିଲ୍ଲା ଏସପି ଜଗମୋହନ ମୀନା କୋଦଳା ଓ ପୁରୁଷୋତ୍ତମ ପୁର ଥାନା ପରିଦର୍ଶନରେ ଆସିଛନ୍ତି। ଏହି ସମୟରେ ଜଗମୋହନ ମୀନା କୋଦଳା ଥାନାରେ ଏକ ପ୍ରେସମିଟ୍ ଜରିଆରେ ସାମ୍ବାଦିକ ମାନଙ୍କୁ କହିଛନ୍ତି ଯେ, ଧାରା ୮୨ ଅନୁଯାୟୀ ଦୁର୍ଦ୍ଦାନ୍ତ ଓ ପଳାତକ ଘୋଷିତ ଅପରାଧୀଙ୍କ ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି ନିଆଯାଇଛି। ବିଶେଷ କରି କୋଦଳା ଓ ପୁରୁଷୋତ୍ତମପୁର ଥାନା ଅଧୀନରେ ଥିବା ସମସ୍ତ ଅଞ୍ଚଳରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହାତକୁ ନିଆଯାଇଛି। ପ୍ରକାଶ ଥାଉକି ଅଦାଲତ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ଅପରାଧୀଙ୍କୁ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି ଓ ସବୁ ଅପରାଧୀ ମାନଙ୍କୁ ନୋଟିସ ମଧ୍ୟ ଜାରି କରାଯାଇଛି। ତଥାପି ଅପରାଧୀ ମାନେ ଧରା ଦେଉନାହାନ୍ତି କି ଆତ୍ମସମର୍ପଣ କରୁନାହାନ୍ତି। ଯଦ୍ଵାରା ପୋଲିସ ପ୍ରଶାସନ ପକ୍ଷରୁ ଅପରାଧୀ ମାନଙ୍କର ସମ୍ପତ୍ତି ବାଜ୍ୟାପ୍ତି କରି ଅପରାଧ ଜଗତକୁ ଦମନ କରାଯିବ ବୋଲି ସେ କହିଛନ୍ତି।

Related Articles

Leave a Reply

Your email address will not be published.

Back to top button