ନିର୍ଦ୍ଦେଶାବଳୀ ଜାରି କଲେ ସିଇଓ :୪୮ ଘଣ୍ଟା ପୂର୍ବରୁ ନିର୍ବାଚନ ପ୍ରଚାର ଉପରେ କଟକଣା

ଭୁବନେଶ୍ଵର: ଭୋଟ ଗ୍ରହଣ ଶେଷ ହେବାର ୪୮ ଘଣ୍ଟା ପୂର୍ବରୁ ନିର୍ବାଚନ ପ୍ରଚାର ଉପରେ କଟକଣା ଜାରି କରାଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ସୂଚନା ଦେଇଛନ୍ତି।ନିର୍ବାଚନରେ ସ୍ବଚ୍ଛତା ବଜାୟ ରଖିବା ଏବଂ ମତଦାତାମାନଙ୍କ ପାଇଁ ମୁକ୍ତ, ଅବାଧ ଓ ଶାନ୍ତି ପରିବେଶ ସୃଷ୍ଟି କରିବା ନିମନ୍ତେ ଏଭଳି କଟକଣା ଜାରି କରାଯାଇଛି ବୋଲି କହିଛନ୍ତି। ନିର୍ଦ୍ଦେଶନାମାର ସର୍ତ୍ତାବଳୀ ଅନୁସାରେ ମତଦାନ ଶେଷ ହେବାର ୪୮ ଘଣ୍ଟା ପୂର୍ବରୁ ଅବଧି ଅର୍ଥାତ ନିରବ ଅବଧି ପାଳନ କରାଯିବ। ଏହି ସମୟ ମଧ୍ୟରେ କୌଣସି ରାଜନୈତିକ ପ୍ରଲୋଭନ କିମ୍ବା ପ୍ରଚାର ଦ୍ବାରା ପ୍ରଭାବିତ ନ ହୋଇ ମତଦାତାମାନଙ୍କୁ ନିରପେକ୍ଷ ଭାବେ ମତଦାନ ପାଇଁ ନିଷ୍ପତ୍ତି ନେବାର ସୁଯୋଗ ଦିଆଯିବ। ସେହିଭଳି ରାଜନୈତିକ କାର୍ଯ୍ୟକର୍ତ୍ତାମାନେ ସଂପୃକ୍ତ ନିର୍ବାଚନମଣ୍ଡଳୀରେ ଏହି ଅବଧିରେ ରହିପାରିବେ ନାହିଁ। ଏଥିନିମନ୍ତେ ନୂଆପଡ଼ାର ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ଆରକ୍ଷୀ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button