ତିରୁବନନ୍ତପୁରମ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ବ୍ରିଟିଶ ଏଫ-୩୫ ଲଢ଼ୁଆ ବିମାନ

ନୂଆଦିଲ୍ଲୀ: ତିରୁବନନ୍ତପୁରମ ବିମାନବନ୍ଦରରେ ବ୍ରିଟିଶ ଲଢ଼ୁଆ ବିମାନ ଏଫ-୩୫ ଜରୁରୀକାଳୀନ ଅବତରଣ କରିଛି। କୁହାଯାଉଛି ଯେ, ଖରାପ ପାଗ ଯୋଗୁଁ ଏହି ଲଢ଼ୁଆ ବିମାନକୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି। ଏହି ଜେଟ୍ ବିମାନ ବ୍ରିଟେନର ପ୍ରିନ୍ସ ଅଫ୍ ୱେଲ୍ସ ବିମାନ ବାହକ ଗୋଷ୍ଠୀର ଏକ ଅଂଶ, ଯାହା ବର୍ତ୍ତମାନ ଇଣ୍ଡୋ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ନିୟୋଜିତ ଅଛି ଏବଂ ଯାହା ସମ୍ପ୍ରତି ଭାରତୀୟ ନୌସେନା ସହିତ ଏକ ମିଳିତ ଅଭ୍ୟାସ କରିଛି।