ଅଘୋଷିତ ବିଜୁଳି କାଟ୍ ବିରୁଦ୍ଧରେ ବିଜେପିର ଲଣ୍ଠନ ଧରି ଅଭିନବ ପଦଯାତ୍ରା

ଭୁବନେଶ୍ୱର: ରାଜଧାନୀରେ ବାରମ୍ବାର ବିଜୁଳି କାଟ ବିରୋଧରେ ଆଜି ଭୁବନେଶ୍ବର ବିଜେପି ତରଫରୁ ଲଣ୍ଠନ ଧରି ପ୍ରତିବାଦ କରାଯାଇଛି। ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାଜାରାଣୀ ମଣ୍ଡଳ ର ବରଗଡ, ବଡଗଡ ବ୍ରିଟ, ବ୍ରହ୍ମେଶ୍ୱର, ବିଜେବି ନଗର, ନାଗେଶ୍ଵର ଟାଙ୍ଗୀ ଓ ଚିନ୍ତାମଣିଶ୍ୱର୍ ଆଖ ପାଖ ଅଞ୍ଚଳରେ ଗତ କିଛି ଦିନ ହେବ ଘନଘନ ଅଘୋଷିତ ବିଜୁଳି କାଟ ହେବା ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଲାଣି । ଶକ୍ତି ମନ୍ତ୍ରୀ ଙ୍କ କଥା ଓ କାମରେ ଶକ୍ତି ନାହିଁ । ଯେ ପଯ୍ୟନ୍ତ ସାଧାରଣ ଲୋକ୍ ଏହି ଦୁଃଖ ଦୁର୍ଦ୍ଦଶାରୁ ବର୍ତ୍ତିନାହାନ୍ତି ଏବଂ ଓଇଆରସି ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଯୋଉ ମଧୁଚନ୍ଦ୍ରିକା ଅଛି ତାର ପର୍ଦ୍ଦଫାଶ କରିବା ପର୍ଯ୍ୟନ୍ତ ଏ ଆନ୍ଦୋଳନ ଚାଲୁ ରହିବ ବୋଲି ଏକାମ୍ର ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପ୍ରାର୍ଥୀ ତଥା ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ସଭପତି ବାବୁ ସିଂ ଚେତାବନୀ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ବିଜେପି ନେତା ଅମରଜ୍ୟୋତି ଜଗଦ୍ଦେବ, ପ୍ରଭାତ ଦଳବେହେରା, ସିଦ୍ଧାର୍ଥ ଦାସ, ପ୍ରଶାନ୍ତ ନାୟକ, ଜ୍ୟୋତିରେଖ ନାୟକ, ବିନ୍ଦୁଲତା ବଳିୟାରସିଂ, ଗୀତାଞ୍ଜଳୀ ବେହେରା, ସ୍ବୟଂସେବକ ରାୟ, ତାପସ ଦଳାଇ, ମନୋଜ ପଶ୍ଚିମକବାଟ, ମୁରଲୀ ନାୟକ, ବିଶ୍ୱଜିତ୍ ଦାସ, କୁନ୍ତଳା ସାହୁ, ରାକେଶ ମହାନ୍ତି, ଅଭିଜିତ ରଞ୍ଜନ, ଗୟାଧର ରଥ, ନାରାୟଣ ବସ୍ତିଆ, ଅଜିତ୍ କାନୁନଗୋ, ଶୁଭମ୍ ମହାପାତ୍ର, କୁନାଲ ସିଂ ପ୍ରମୁଖ ଯୋଗ ଦେଇଥିଲେ।

Related Articles

Leave a Reply

Your email address will not be published.

Back to top button