୮ ରାଜ୍ୟରେ ସ୍ଥିତି ସାଙ୍ଘାତିକ

ନୂଆଦିଲ୍ଲୀ: ଅକ୍ସିଜେନ ଯୋଗାଣକୁ ନେଇ ଗୃହ ବିଭାଗ ଅତିରିକ୍ତ ସଚିବ ସୂଚନା ଦେଇଛନ୍ତି । ଦେଶରେ କୋଭିଡ ସ୍ଥିତି ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଏକ ପ୍ରେସମିଟ କରାଯାଇଛି । ଏହି ପ୍ରେସମିଟରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ ସୂଚନା ଦେଇଛନ୍ତି । ଗତବର୍ଷ ଠାରୁ ସଂକ୍ରମଣ ଅଧିକ ଥିବାବେଳେ ସବୁ ରାଜ୍ୟରେ ଅଧିକ ମାମଲା ଆସୁଛି । ୮ ରାଜ୍ୟରେ ସ୍ଥିତି ସାଙ୍ଘାତିକ ହୋଇପଡିଛି । ୧ ଲକ୍ଷରୁ ଅଧିକ ସକ୍ରିୟ ମାମଲା ଚିହ୍ନଟ ହୋଇଛି । ମହାରାଷ୍ଟ୍ର, ୟୁପି, କର୍ଣ୍ଣାଟକ, କେରଳ, ରାଜସ୍ଥାନ, ଛତିଶଗଡ, ଗୁଜୁରାଟ, ତାମିଲନାଡୁରେ ୮୨% ଆକ୍ରାନ୍ତ ଅସୁସ୍ଥ ଥିବାବେଳେ ୧୪,୧୯ କୋଟି ଡୋଜ ଟିକା ଦିଆସରିଲାଣି । ସ୍ୱଳ୍ପ ଲକ୍ଷଣ ଥିଲେ ହୋମ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି ।  ହୋମ ଆଇସୋଲେସନରେ ଥିବା ଆକ୍ରାନ୍ତଙ୍କ ଉପରେ ନଜର ରଖିବାକୁ ହେବ । ଅକ୍ସିଜେନ ଟ୍ୟାଙ୍କରକୁ ଆମ୍ବୁଲାନ୍ସ ଭଳି ସୁବିଧା ଦିଆଯାଉ । ଅକ୍ସିଜେନ ଟ୍ୟାଙ୍କରକୁ ସୁରକ୍ଷା ଓ ଗ୍ରୀନ କରିଡର ପ୍ରଦାନ କରାଯାଉ ବୋଲି ପ୍ରେସମିଟରେ ଉଲ୍ଲେଖ କରାଯାଇଛି । 

Related Articles

Leave a Reply

Your email address will not be published.

Back to top button