ହାଇଦରକୁ କରୋନା

ସୁସ୍ଥ ହେଲେ ରିମାଣ୍ଡ: ଡିସିପି

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ହାଇଦର ଏବେ କରୋନାରେ ଆକ୍ରାନ୍ତ ଥିବାବେଳେ ସେ ସୁସ୍ଥ ହେବା ପରେ ତାକୁ ରିମାଣ୍ଡରେ ନେବା ପାଇଁ ଆବେଦନ କରାଯିବ ବୋଲି କଟକ ଡିସିପି କହିଛନ୍ତି ।  ସେ କହିଛନ୍ତି ଯେ, ବର୍ତ୍ତମାନ ହାଇଦର ଚୌଦ୍ୱାର ଜେଲ ଆଇସୋଲେସନ ୱାର୍ଡରେ ରହିଛି ।  ଜେଲ କର୍ତ୍ତୃପକ୍ଷ ଚାହିଁଲେ ହାଇଦରକୁ ହସ୍ପିଟାଲ ପଠାଇ ପାରିବେ ।  ଜେଲ କର୍ତ୍ତୃପକ୍ଷ ସେହି ନିଷ୍ପତ୍ତି ନେଇପାରିବେ ।  ହାଇଦର ସୁସ୍ଥ ହେବା ପରେ ପୁଣି ଥରେ ରିମାଣ୍ଡ ଆବେଦନ କରିବୁ ବୋଲି କଟକ ଡିସିପି କହିଛନ୍ତି ।

ପ୍ରକାଶ ଯେ, ଗ୍ୟାଙ୍ଗଷ୍ଟାର ହାଇଦର କରୋନା ପଜିଟିଭ୍ ଚିହ୍ନଟ ହେବା ପରେ  ରିମାଣ୍ଡ ସ୍ଥଗିତ କରାଯାଇଛି। ହାଇଦରକୁ ଏବେ ଜେଲରେ ୭ ଦିନ ଆଇସୋଲେଶନରେ ରଖାଯାଇଛି। ୭ ଦିନର ଅବଧି ସରିବା ପରେ ହାଇଦରର ଆରଟିପିସିଆର ଟେଷ୍ଟ କରାଯିବ। ଏହାପରେ ରିମାଣ୍ଡ ପାଇଁ ଆବେଦନ କରିବ ପୋଲିସ। ଏନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି ।ହାଇଦରକୁ ଧରିବାରେ ସାହାଯ୍ୟ କରିଥିବା ପୋଲିସ ଟିମକୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି। ସୂଚନା ଥାଉକି, ମାର୍ଚ୍ଚ ୨୩ରୁ ସମ୍ବଲପୁର ଜେଲରୁ ଏସସିବି ଆସିଥିଲା ହାଇଦର୍। ଗତ ଏପ୍ରିଲ ୧୦ରେ କଟକ ଏସସିବି ମେଡିକାଲରୁ ଗାର୍ଡଙ୍କୁ ଚକମା ଦେଇ ହାଇଦର୍ ଖସି ଯାଇଥିଲା। ପ୍ରାୟ ୫ଦିନ ପରେ ହାଇଦରକୁ ତେଲେଙ୍ଗାନାରୁ ଗିରଫ କରିଥିଲା କମିଶନରେଟ୍‌ ପୋଲିସ । ତେଲେଙ୍ଗାନା ପୋଲିସର ସହାୟତାରେ ହାଇଦରକୁ ଗିରଫ କରିଥିଲା ପୁଲିସ ।

Related Articles

Leave a Reply

Your email address will not be published.

Back to top button