ହସପିଟାଲରେ ମହାନ ଅଭିନେତା ଦିଲୀପ କୁମାର

ନୂଆଦିଲ୍ଲୀ : ମହାନ ଅଭିନେତା ଦିଲୀପ କୁମାର ଅସୁସ୍ଥ ହୋଇପଡିଛନ୍ତି  । ତାଙ୍କୁ ତୁରନ୍ତ ମୁମ୍ବାଇର ହିନ୍ଦୁଜା ହସପିଟାଲରେ ଭର୍ତି କରାଯାଇଛି  । ବରିଷ୍ଠ ଡାକ୍ତରମାନେ ତାଙ୍କର ଚିକିତ୍ସା କରୁଥିବାବେଳେ ସଦ୍ୟତମ ସ୍ଥିତି ସମ୍ପର୍କରେ ସୂଚନା ମିଳିପାରିନାହିଁ ।ଗତମାସରେ ମଧ୍ୟ ୯୮ ବର୍ଷୀୟ ଅଭିନେତା ଦିଲୀପ କୁମାରଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା  । ତେବେ ଦୁଇଦିନ ପରେ ସେ ହସପିଟାଲରୁ ଘରକୁ ଯାଇଥିଲେ  । ଗତବର୍ଷ ମାର୍ଚ୍ଚରୁ ଦିଲୀପ କୁମାର ଓ ତାଙ୍କର ଅଭିନେତ୍ରୀ ପତ୍ନୀ ସାଇରା ବାନୁ ଏକରକମ ଆଇସୋଲେସନରେ ରହି ଆସୁଛନ୍ତି  । ଅପରପକ୍ଷରେ ସାଇରା ବାନୁ ଦିଲୀପଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ କହିଛନ୍ତିଯେ, ସବୁ କିଛି ଠିକ ଅଛି  । ଆଲାଙ୍କ କୃପାରୁ ଓ ଆପଣଙ୍କ ପ୍ରାର୍ଥନାରୁ ସେ ଠିକ ଅଛନ୍ତି ବୋଲି କହିଛନ୍ତି  । ଗତବର୍ଷ ଦିଲୀପ କୁମାରଙ୍କ ଭାଇ ଏହସାନ ଖାନ ଓ ଆସଲାମ ଖାନ କରୋନାରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତି ହୋଇଥିଲେ । ତେବେ ମୁମ୍ବାଇର ଲୀଳାବତୀ ହସପିଟାଲରେ ଉଭୟଙ୍କର ମୃତ୍ୟୁ ହୋଇଥିଲା  ।

Related Articles

Leave a Reply

Your email address will not be published.

Back to top button