ସସ୍ମିତ ପାତ୍ରଙ୍କୁ ମିଳିଲା ଏସିୱାଇପିଏଲ ପ୍ରମାଣ ପତ୍ର

ନୂଆଦିଲ୍ଲୀ: ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କୁ ଆମେରିକାନ କାଉନସିଲ ଅଫ ୟଙ୍ଗ ପଲିଟିକାଲ ଲିଡର୍ସ (ଏସିୱାଇପିଏଲ) ପକ୍ଷରୁ ପ୍ରମାଣ ପତ୍ର ଦିଆଯାଇଛି । ‘୨୦୨୦ ଏସିୱାଇପିଏଲ ଭର୍ଚୁଆଲ ଇଲେକସନ ଏକ୍ସଚେଞ୍ଜ ପ୍ରୋଗ୍ରାମ’ରେ ସସ୍ମିତ ଉପସ୍ଥିତ ରହିବା ସହିତ ଏଥିରେ ସଫଳ ଅଂଶଗ୍ରହଣ କରିଥିବାରୁ ତାଙ୍କୁ ଏହି ପ୍ରମାଣପତ୍ର ମିଳିଛି । ୨୦୨୦ ଆମେରିକାନ ରାଷ୍ଟ୍ରପତି ନିର୍ବାଚନ ପାଇଁ ଆମେରିକା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ଭର୍ଚୁଆଲ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୯୯୩ ରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଆମେରିକାର ଅନେକ ମନ୍ତ୍ରୀ, ଗଭର୍ଣ୍ଣର, ସାଂସଦଙ୍କ ସହିତ ଅନ୍ୟ ରାଷ୍ଟ୍ରର ନେତାମାନେ ଅତୀତରେ ଏସିୱାଇପିଏଲରେ ସଫଳତାର ସହିତ ଯୋଗ ଦେଇଥିଲେ ।

Related Articles

Leave a Reply

Your email address will not be published.

Back to top button