ସଂଜୟ ସିଂ ବିଏମସି କମିଶନର

ଭୁବନେଶ୍ୱର : ରାଜ୍ୟ ସରକାର ଆଇଏଏସ ଅଫିସରସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି  । ୧୯୯୭ ବ୍ୟାଚ ଆଇଏଏସ ସଂଜୟ କୁମାର ସିଂହ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିଶନର ଓ ସଚିବ ଥିବାବେଳେ ବିଡ଼ିଏର ଉପାଧ୍ୟକ୍ଷ ଭାବେ ବି କାର୍ଯ୍ୟ କରୁଥିଲେ  । କିନ୍ତୁ ଏବେ ତାଙ୍କୁ ଭୁବନେଶ୍ୱର ମହାନଗର ନିଗମର କମିଶନର ଭାବେ ନିଯୁକ୍ତି ମିଳିଛି  । ଅପରପକ୍ଷରେ ବିଏମସି କମିଶନର ଥିବା ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସଡ଼ି ଭାବେ ବଦଳି କରାଯାଇଛି  ।  ୨୦୦୨ ବ୍ୟାଚ ଆଇଏଏସ ଡକ୍ଟର କିଷନ କୁମାର ପୂର୍ତ ବିଭାଗର କମିଶନର ଓ ସଚିବ ଥିବାବେଳେ ଶ୍ରୀ ଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ବି ଦାୟିତ୍ୱ ତୁଲାଉଛନ୍ତି  । ଏବେ ତାଙ୍କୁ ଇଡ଼କୋର ସିଏମଡ଼ି ଭାବେ ଅତିରିକ୍ତ ନିଯୁକ୍ତି ଦିଆଯାଇଛି  । ଇଡ଼କୋ ସିଏମଡ଼ି ଥିବା ସଂଜୟ କୁମାର ସିଂହଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିବେ  । ୧୯୯୫ ବ୍ୟାଚ ଆଇଏଏସ ବିଷ୍ଣୁପଦ ସେଠୀ ଏବେ ରାଜସ୍ୱ ବିଭାଗର ପ୍ରମୁଖ ସଚିବ ସହ ଅତିରିକ୍ତ ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ତୁଲାଉଛନ୍ତି  । ଶ୍ରୀ ସେଠୀଙ୍କୁ ଅତିରିକ୍ତ ଭାବେ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି  । ୧୯୯୫ ବ୍ୟାଚ ଆଇଏଏସ ହେମନ୍ତ ଶର୍ମା ଶିଳ୍ପ ବିଭାଗର ପ୍ରମୁଖ ସଚିବ ସହ ଇପିକଲର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି  । ଏବେ ତାଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି  ।

Related Articles

Leave a Reply

Your email address will not be published.

Back to top button