ଶୁଭେନ୍ଦୁ ଅଧିକାରୀ ହେଲେ ବିରୋଧୀଦଳ ନେତା

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହରାଇ ବିଧାନସଭାକୁ ନିର୍ବାଚିତ ହୋଇଥିବା ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀ ସୋମବାର ବିରୋଧୀ ଦଳ ନେତା ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ କହିଛନ୍ତି ଯେ  ରାଜ୍ୟବାସୀଙ୍କ ଆଶା ପୂରଣ ପାଇଁ କାର୍ଯ୍ୟ କରିବେ। ରାଜ୍ୟରେ ତୃଣମୂଳ କଂଗ୍ରେସର ବିଜୟ ପରଠାରୁ ପଶ୍ଚିମବଙ୍ଗରେ ଏକ ଭୟଙ୍କର ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଛି। ରାଜ୍ୟରେ ଚାଲିଥିବା ହିଂସା ବିରୋଧରେ ସେ ସ୍ୱର ଉତ୍ତୋଳନ କରିବେ ବୋଲି ଅଧିକାରୀ କହିଛନ୍ତି। ଉଲ୍ଲେଖଯୋଗ୍ୟ, ତୃଣମୂଳ କଂଗ୍ରେସର ମୁଖ୍ୟ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନିଜ ଗଡ଼ ନନ୍ଦିଗ୍ରାମରେ ପରାସ୍ତ କରି ଶୁଭେନ୍ଦୁ ୧୭୩୬ ଭୋଟରେ ବିଜୟ ହାସଲ କରିଥିଲେ। ଏଣେ ସୀତାଲକୁଚି ଗୁଳି ବିନିମୟ ଘଟଣାର ସିଆଇଡି ଯାଞ୍ଚକୁ ନେଇ ସେ ମନ୍ତବ୍ୟ ଦେଇଛନ୍ତି ଯେ ସିଆରପିଏଫ୍ ଏବଂ ସିଆଇଏସଏଫ୍ କେନ୍ଦ୍ର ଗୃହ ମନ୍ତ୍ରାଳୟ ଅଧୀନରେ ଥିବାରୁ ଏହି ଘଟଣାର ଅନୁସନ୍ଧାନ କରିବାର ଅଧିକାର ରହିଛି। ପୂର୍ବତନ ତୃଣମୂଳ କଂଗ୍ରେସ ନେତା ଶୁଭେନ୍ଦୁ ଆହୁରି ମଧ୍ୟ କହିଛନ୍ତି ଯେ ଗୁଳି ବିନିମୟ ଘଟଣାରେ ୪ ଜଣ ସିଆଇଏସଏଫ କନଷ୍ଟେବଲ, ଜଣେ ସିଆଇଏସଏଫ ଇନ୍ସପେକ୍ଟର ଏବଂ ଜଣେ ସିଆଇଏସଏଫ ଡେପୁଟି କମାଣ୍ଡାଣ୍ଟଙ୍କୁ ନୋଟିସ ଜାରି କରିଥିବାରୁ ମମତା ବାନାର୍ଜୀଙ୍କ ନିର୍ଦେଶରେ ସିଆଇଡି ଯାଞ୍ଚ କରୁଛି। ଏହି ଘଟଣାର ଅନୁସନ୍ଧାନ ପାଇଁ ସରକାର ଏକ ଏସଆଇଟି ଗଠନ କରିଥିଲେ। ସୀତାଲକୁଚିରେ ମତଦାନ ମଧ୍ୟରେ ସିଆଇଏସଏଫ କର୍ମଚାରୀ ଗୁଳି ଚଳାଇବାରୁ ୫/୬ ଜଣଙ୍କର ମୃତ୍ୟୁ ଘଟିଥିଲା। ସେଠାରେ ଅନ୍ୟ ତିନି ଜଣ ନିରୀହ ଲୋକଙ୍କୁ ଆହତ କରିବା ବ୍ୟତୀତ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀକୁ ଦେଷାରୋପ କରିଛି ତୃଣମୂଳ କଂଗ୍ରେସ। ଅପରପକ୍ଷରେ ଏହି କାଣ୍ଡ ପଛରେ ତୃଣମୂଳ କଂଗ୍ରେସର ହାତ ଥିବା ବିଜେପି ବାରମ୍ବାର ଅଭିଯୋଗ କରିଆସୁଛି।

Related Articles

Leave a Reply

Your email address will not be published.

Back to top button