ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମମତା

କୋଲକାତା: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟପାଳ ଜଗଦୀପ ଧନଖରଙ୍କୁ ପରିବର୍ତ୍ତନ ଦାବି କରି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି । ଏହା ଦ୍ୱାରା ରାଜ୍ୟରେ ଉତ୍ତମ ଶାସନ ପ୍ରତିଷ୍ଠା ହେବ ବୋଲି ସେ ଆଶା କରିଛନ୍ତି । ସେଥିରେ ମମତା ଦର୍ଶାଇଛନ୍ତି ଯେ, ନିର୍ବାଚନ ପରଠାରୁ ରାଜ୍ୟରେ ହୋଇଥିବା ହିଂସାକୁ ରାଜ୍ୟପାଳ ଅତିରଞ୍ଜିତ କରି ପରିବେଷଣ କରୁଛନ୍ତି । ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଖରାପ ହୋଇଯାଇଥିବା ନେଇ ବଢ଼ାଇ ଚଢ଼ାଇ ଉପସ୍ଥାପିତ କରାଯାଉଛି । ଯେତେବେଳେ ଏହି ଘଟଣା ଘଟିଲା ସେତେବେଳେ ପ୍ରଶାସନ ଆମ ହାତରେ ନଥିବା କଥାକୁ ଅଣଦେଖା କରାଯାଇଛି । ଆହୁରି ମଧ୍ୟ ଶପଥ ଗ୍ରହଣ ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଉପସ୍ଥାପନ କରି ଓ ଟ୍ୱିଟ କରି ରାଜ୍ୟପାଳ ସମସ୍ତ ସୀମା ଉଲ୍ଲଂଘନ କରିସାରିଛନ୍ତି । କୋଭିଡ ମହାମାରୀକୁ ନିୟନ୍ତ୍ରଣ କରିବା ବର୍ତ୍ତମାନ ସମୟର ଆବଶ୍ୟକତା ହୋଇଥିବା ବେଳେ ସେ ଅସ୍ଥିରତା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ମମତା ଅଭିଯୋଗ କରିଛନ୍ତି । ତେବେ ରାଜଭବନ ପକ୍ଷରୁ ତାଙ୍କର ଏହି ଅଭିଯୋଗକୁ ଖଣ୍ଡନ କରାଯାଇଛି । ସେପଟେ ରାଜ୍ୟର ନିର୍ବାଚନ ପରବର୍ତ୍ତୀ ହିଂସାରେ ପ୍ରାଣ ହରାଇଥିବା ଜଣେ ବ୍ୟକ୍ତିଙ୍କ ପରିଜନ ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ପହଞ୍ଚିଛନ୍ତି ।

Related Articles

Leave a Reply

Your email address will not be published.

Back to top button