ରଘୁନାଥ ମହାପାତ୍ରଙ୍କ ବଡ଼ ପୁଅ ଯଶୋବନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି ।  ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଆକ୍ରାନ୍ତଙ୍କ ସହ ମୃତକଙ୍କ ସଂଖ୍ୟା ବି ବଢିଚାଲିଛି । ତେବେ ଏହା ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ବଡ଼ ପୁଅ ଯଶୋବନ୍ତ ମହାପାତ୍ର ବି କରୋନାରେ ମୃତ୍ୟୁବରଣ କରିଛନ୍ତି ।  ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ୫୨ ବର୍ଷରେ ଦେହାନ୍ତ ହୋଇଛି ।  କରୋନାରେ ଆକ୍ରାନ୍ତ ହୋଇ ସେ ଚିକିତ୍ସାଧୀନ ଥିଲେ । ଗତକାଲି ଅର୍ଥାତ ବୁଧବାର ସାନଭାଇ ତଥା କ୍ରିକେଟର ପ୍ରଶାନ୍ତ ମହାପାତ୍ରଙ୍କ ମୃତ୍ୟୁ ହୋଇଥିଲା ।  ଗତ ୧୨ ଦିନ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ କରୋନାରେ ମୃତ୍ୟୁ ହୋଇଥିଲା ।  ପିତାଙ୍କ ପଛେ ପଛେ ଚାଲିଗଲେ ଦୁଇ ପୁଅ । ଆଗ ପଛ ହୋଇ ମହାମାରୀରେ ଚାଲିଗଲେ ବାପା ଓ ୨ ପୁଅ । ୧୨ ଦିନ ମଧ୍ୟରେ ଏକ ବିଶିଷ୍ଟ ପରିବାରର ୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି ।

ପ୍ରକାଶ ଯେ, ଗତକାଲି ସକାଳ ୭ଟା ୫୧ରେ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ କରୋନାରେ ମୃତ୍ୟୁ ଘଟିଥିଲା ।  ସେ କରୋନାରେ ଆକ୍ରାନ୍ତ ହୋଇଥିଲେବି ସୁସ୍ଥ ହୋଇଯାଇଥିଲେ  । ତାଙ୍କର କୋଭିଡ଼ ରିପୋର୍ଟ ନେଗେଟିଭ ଆସିଥିଲା  । କିନ୍ତୁ ସେ ଭୀଷଣ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଏମସରେ ଭର୍ତି କରାଯାଇଥିଲା  । ତେବେ ଗତକାଲି ତାଙ୍କର ମୃତ୍ୟୁ ଘଟିଥିଲା  । ବାପାଙ୍କ ଭଳି ପ୍ରଶାନ୍ତ ନିହଣ ନଧରି ହାତରେ ବ୍ୟାଟ ଧରିଥିଲେ  । ନବେଦଶକରେ ସେ ଥିଲେ ଓଡ଼ିଶାର ଚର୍ଚ୍ଚିତ ଖେଳାଳୀ  । ଜଣେ ଓପନର ଭାବେ ସେ ବେଶ ଭଲ ପ୍ରଦର୍ଶନ କରିଥିଲେ  । ଓଡ଼ିଶା ଟିମର ସେ କ୍ୟାପଟେନ ଥିଲେ  । ନିଜର ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ସେ ବେଶ ପ୍ରଶଂସା ସାଉଁଟିଥିଲେ । କ୍ରିକେଟରୁ ଅବସର ନେବା ପରେ ସେ ବିସିସିଆଇର ରେଫରୀ ଭାବେ କାର୍ୟ୍ୟ କରୁଥିଲେ  ।

Related Articles

Leave a Reply

Your email address will not be published.

Back to top button