ମହାକାଶ ଇତିହାସ ରଚିଲା ଚୀନ୍‌, ମଙ୍ଗଳରେ ଓହ୍ଲାଇଲା ‘ଝୁରଙ୍ଗ୍‌’

ବେଜିଂ(ଚୀନ୍‌): ଚୀନ୍‌ ନିଜର ମହାକାଶ ଅଭିଯାନରେ ଶନିବାର ଆଉ ଏକ ବିରଳ ସଫଳତା ଯୋଡ଼ିଛି। ‘ନିହାଓ ମାର୍ସ’ ନାମକ ନିଜର ମଙ୍ଗଳ ଅଭିଯାନର ଅଂଶସ୍ବରୂପ ରୋଭର୍‌ ‘ଝୁରଙ୍ଗ’କୁ ସଫଳତାର ସହ ମଙ୍ଗଳ ଭୂପୃଷ୍ଠରେ ଅବତରଣ କରାଇ ପାରିଛି। ଫଳରେ ଆମେରିକା ଓ ରୁଷିଆ ପରେ ବିଶ୍ବର ତୃତୀୟ ଦେଶ ଭାବେ ଚୀନ୍‌ ଏହାର ପ୍ରଥମ ମଙ୍ଗଳ ଅଭିଯାନରେ ଏପରି ସଫଳ ପରିକ୍ରମଣ, ଅବତରଣ ଓ ମହାକାଶ ଯାନକୁ କ୍ରିୟାଶୀଳ କରିବାର ସୌଭାଗ୍ୟ ହାସଲ କରିଛି। ପୂର୍ବରୁ ନିର୍ଦ୍ଧାରଣ କରାଯାଇଥିବା ମଙ୍ଗଳ ପୃଷ୍ଠର ସ୍ବତନ୍ତ୍ର ଇଲାକାରେ ହିଁ ‘ଝୁରଙ୍ଗ’ ଅବତରଣ କରିଛି। ମଙ୍ଗଳର ଉଟୋପିଆ ପ୍ଲାନିଟିଆ ନାମକ ଉତ୍ତର ଲାଭା ସମତଳ ଅଞ୍ଚଳରେ ଏହା ଏକ ଆକାଶଛତା ମାଧ୍ୟମରେ ଅବତରଣ କରିବା ପୂର୍ବରୁ ମଙ୍ଗଳ ବାୟୁମଣ୍ଡଳ ସହ ୭ ମିନିଟ୍‌ର ସଂଘର୍ଷ ହିଁ ସବୁଠୁ ଗୁରୁତ୍ବପୂର୍ଣ୍ଣ ରହିଥିଲା। ତେବେ ସବୁ ପ୍ରତିବନ୍ଧକକୁ ଆଡ଼ କରି ଚୀନ୍‌ର ମହାକାଶ ବିଜ୍ଞାନୀମାନେ ନିଜର ପ୍ରଥମ ଉଦ୍ୟମରେ ଏପରି ମଙ୍ଗଳ ବିଜୟ ହାସଲ କରି ଉତ୍ସାହିତ ହୋଇପଡ଼ିଥିବା ବେଳେ ଚୀନ୍‌ ନିଜର ଦୃଢ଼ ମହାକାଶ ଆକାଂକ୍ଷାକୁ ଚରିତାର୍ଥ କରିପାରିଥିବା କୁହାଯାଉଛି।

Related Articles

Leave a Reply

Your email address will not be published.

Back to top button