ବ୍ଲାକ ଓ ହ୍ୱାଇଟ ପରେ ୟେଲୋ ଫଙ୍ଗସ ରୋଗୀ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ବ୍ଲାକ ଫଙ୍ଗସ ଓ ହ୍ୱାଇଟ ଫଙ୍ଗସ ରୋଗୀ ଚିନ୍ତା ବଢ଼ାଇଥିବା ବେଳେ ଗାଜିୟାବାଦରୁ ଜଣେ ୟେଲୋ ଫଙ୍ଗସ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ବ୍ଲାକ ଫଙ୍ଗସ ଓ ହ୍ୱାଇଟ ଫଙ୍ଗସ ତୁଳନାରେ ୟେଲୋ ଫଙ୍ଗସର ଭୟାବହତା ଅଧିକ ରହିଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ବ୍ଲକ ଫଙ୍ଗସ ଫୁସଫୁସକୁ ପ୍ରଭାବିତ କରିଥାଏ । ହ୍ୱାଇଟ ଫଙ୍ଗସ ମସ୍ତିଷ୍କକୁ ପ୍ରଭାବିତ କରିଥାଏ । କୌଣସି ମଣିଷ ଶରୀରରେ ପ୍ରଥମ ଥର ପାଇଁ ୟେଲୋ ଫଙ୍ଗସ ଚିହ୍ନଟ ହୋଇଛି । ପୂର୍ବରୁ ପଶୁପକ୍ଷୀଙ୍କ ଶରୀରରେ ୟେଲୋ ଫଙ୍ଗସ ଚିହ୍ନଟ କରାଯାଇଥିଲା । ଗାଜିୟାବାଦର ଯେଉଁ ବ୍ୟକ୍ତିଙ୍କ ଶରୀରରେ ୟେଲୋ ଫଙ୍ଗସ ମିଳିଛି ସେ ୨ ମାସ ତଳେ କରୋନାରୁ ସୁସ୍ଥ ହୋଇଥିଲେ । ତେବେ ତାଙ୍କ ଆଖି ଓ ନାକରୁ ଲଗାତର ଭାବେ ରକ୍ତ ବାହାରିବାରୁ ସେ ଡାକ୍ତରଙ୍କୁ ଦେଖାଇବାରୁ ସେ ୟେଲୋ ଫଙ୍ଗସ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଥିଲା ।

Related Articles

Leave a Reply

Your email address will not be published.

Back to top button