ବିଶ୍ବରେ ଟିକାକରଣ ସରିବାକୁ ୨-୩ ବର୍ଷ ଲାଗିବ: ପୁନାୱାଲା

ନୂଆଦିଲ୍ଲୀ: ବିଶ୍ବର ସବୁଠାରୁ ବଡ଼ ଟିକା ନିର୍ମାତା ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ସିଇଓ ଆଦର ପୁନାୱାଲା ଆଜି ଏକ ବିବୃତି ଜାରି କରି କହିଛନ୍ତି ଯେ ଭାରତ ଭଳି ବିଶାଳ ରାଷ୍ଟ୍ରରେ ସମସ୍ତଙ୍କ ଟିକାକରଣ ୨-୩ ମାସରେ ହୋଇପାରିବ ନାହିଁ। ପୂରା ବିଶ୍ବରେ ସମସ୍ତଙ୍କୁ ଟିକା ଦେବାପାଇଁ ୨-୩ ବର୍ଷ ଲାଗିଯିବ। ଭାରତ ସରକାର ଟିକା ଉତ୍ପାଦନର ପ୍ରାଥମିକ ପର୍ଯ୍ୟାୟରେ ଜାନୁଆରିରେ ସଙ୍କଟରେ ଥିବା ଦେଶମାନଙ୍କୁ ଟିକା ଯୋଗାଇ ଯଥାର୍ଥ ପଦକ୍ଷେପ ନେଇଥିଲେ ବୋଲି ପୁନାୱାଲା କହିଛନ୍ତି। ସେତେବେଳେ ଆମ ଦେଶରେ ସଂକ୍ରମଣ କମ୍‌ ଥିଲା ଏବଂ ଅନ୍ୟ ଯେଉଁ ରାଷ୍ଟ୍ରରେ ଗୁରୁତର ସଙ୍କଟ ଥିଲା ସେଠାରେ ଭାରତ ଟିକା ପହଞ୍ଚାଇ ଲୋକଙ୍କ ଜୀବନ ରକ୍ଷା କରିଥିଲା। ଭାରତର ଏଭଳି ନୀତି ପାଇଁ ହିଁ ଆମକୁ ସ୍ବାସ୍ଥ୍ୟ ସେବା ସଂକ୍ରାନ୍ତ ବିଭିନ୍ନ ସହାୟତା ବିଦେଶରୁ ଉପଲବ୍ଧ ହୋଇପାରୁଛି ବୋଲି ପୁନାୱାଲା କହିଛନ୍ତି।

Related Articles

Leave a Reply

Your email address will not be published.

Back to top button