‘ପଠାନ’ ସେଟରେ କୋରୋନା

ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ ସେଟରେ କୋରୋନା ବିସ୍ଫୋଟ ହୋଇଛି। ଫିଲ୍ମରେ କେତେକଙ୍କ ରିପୋର୍ଟ ପଜିଟିଭ ଆସିଛି। ଏହାପରେ ଶୁଟିଂ ରୋକି ଦିଆଯାଇଛି। ମିଡିଆ ରିପୋର୍ଟ ଅନୁଯାୟୀ ଫିଲ୍ମର ଅଧିକାଂଶ ଭାଗର ଶୁଟିଂ ଦୁବାଇରେ ସରିଛି। ଗତ ଏକ ମାସ ଧରି ମୁମ୍ବାଇରେ ଶୁଟିଂ ଚାଲିଛି। କ୍ରୁ ମେମ୍ବର ପଜିଟିଭ ହେବା ପରେ ଫିଲ୍ମର ବାକି ସଦସ୍ୟ ନିଜ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ। ଫିଲ୍ମର ସଦସ୍ୟମାନେ ସେମାନଙ୍କ କୋରୋନା ଟେଷ୍ଟ କରାଇଛନ୍ତି। ସମସ୍ତେ ରିପୋର୍ଟକୁ ଅପେକ୍ଷା କରିଛନ୍ତି। ସୂଚନାଯୋଗ୍ୟ ଯେ ‘ପଠାନ’ରେ ସଲମାନ ଖାନଙ୍କର କ୍ୟାମିଓ ମଧ୍ୟ ରହିଛି। ସଲମାନ ଖୁବଶୀଘ୍ର ଫିଲ୍ମର ଶୁଟିଂ ଆରମ୍ଭ କରିବେ। ସୂତ୍ର ଅନୁଯାୟୀ ‘ପଠାନ’ ଫିଲ୍ମରେ ଅଧିକାଂଶ ଦୃଶ୍ୟ ଶାହରୁଖଙ୍କ ସହ ସଲମାନ ଶେୟାର କରିବେ। ‘ପଠାନ’ ସିନେମାରେ ଶାହରୁଖ ଅବିନାଶ ସିଂ ରାଠୋର ଅର୍ଥାତ ଟାଇଗର ଚରିତ୍ରରେ ଅଭିନୟ କରିବେ। ‘ପଠାନ’ ସିନେମାରେ ସଲମାନ ଜଣେ ଏଜେଣ୍ଟ ଚରିତ୍ରରେ ଅଭିନୟ କରିବେ। ଫିଲ୍ମରେ ପୁଣିଥରେ ଶାହରୁଖ ଓ ଦୀପିକା ପାଦୁକୋନଙ୍କ ଯୋଡ଼ି ଦେଖିବାକୁ ମିଳିବ। ଫିଲ୍ମରେ ଜନ ଆବ୍ରାହମ ନେଗେଟିଭ ଚରିତ୍ରରେ ନଜର ଆସିବେ। ଶାହରୁଖ ଓ ଦୀପିକା ଉଭୟେ ଫିଲ୍ମରେ ଏଜେଣ୍ଟ ଚରିତ୍ରରେ ଅଭିନୟ କରିବେ। ସେମାନେ ଏକ ମିଶନରେ କାମ କରୁଛନ୍ତି। ଫିଲ୍ମରେ ଦୀପିକାଙ୍କ ଲୁକକୁ ନେଇ ବହୁତ ରିସର୍ଚ୍ଚ କରାଯାଇଛି। ଏହାପରେ ତାଙ୍କର ବୟକଟ ହେୟାରଷ୍ଟାଇଲ ଫାଇନାଲ କରାଯାଇଛି।

Related Articles

Leave a Reply

Your email address will not be published.

Back to top button