ଘୁଞ୍ଚିଲା ସିଭିଲ ସର୍ଭିସ ପରୀକ୍ଷା

ନୂଆଦିଲ୍ଲୀ: ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି ।  ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି ।  କରୋନା ପାଇଁ  ପାଠ ପଢା ଉପରେ  ପ୍ରଭାବ ପଡ଼ିଛି । ସ୍କୁଲ, କଲେଜ ସବୁ ବନ୍ଦ ରହିଛି ।  ବିଭିନ୍ନ ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖାଯାଇଛି । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଦେଶରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି  ସିଭିଲ ସର୍ଭିସ(ପ୍ରଲିମିନାରୀ ) ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି ।  ଆସନ୍ତା ଜୁନ ୨୭ ତାରିଖରେ ହେବାକୁ ଥିବା ପରୀକ୍ଷାକୁ  ଅକ୍ଟୋବର ୧୦କୁ ଘୁଞ୍ଚାଇ ଦିଆଯାଇଛି । ବଢୁଥିବା କରୋନା ସଂଖ୍ୟାକୁ ଦୃଷ୍ଟିରେ ରଖି ତଥା ପରୀକ୍ଷାର୍ଥୀଙ୍କ ସୁରକ୍ଷା ପାଇଁ ୟୁପିଏସସି ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

Related Articles

Leave a Reply

Your email address will not be published.

Back to top button