କଟକ ଓ ଭୁବନେଶ୍ୱର ଯାଞ୍ଚ ହେବ ଆଇସିୟୁ

୪ଟି ଟିମ ଗଠିତ

ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି ।  ବଢୁଛି କରୋନାର କାୟା ।  ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ  ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ବହୁ ରୋଗୀ ଆଇସିୟୁରେ ରହି ଚିକିତ୍ସିତ ହେଉଛନ୍ତି । ତେବେ ପ୍ରକୃତ ରୋଗୀଙ୍କୁ ଆଇସିୟୁ ମିଳୁଛି କି ନାହିଁ ତାହାର ଯାଞ୍ଚ କରାଯିବ । କଟକ ଓ ଭୁବନେଶ୍ୱରରେ  ଆଇସିୟୁ ଯାଞ୍ଚ କରିବାକୁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଇସିୟୁ ଯାଞ୍ଚ ପାଇଁ ୪ଟି ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି ।  ଯେମିତି କେବଳ ଗୁରୁତର ରୋଗୀ ଆଇସିୟୁରେ ରହିପାରିବେ ତାହାର ଯାଞ୍ଚ କରାଯିବ ।  ଗୁରୁତର ନଥାଇ ବି ରୋଗୀ ଆଇସିୟୁ ଜାଗା ମାଡ଼ି ବସୁଥିବା ନେଇ ଅଭିଯୋଗ ହୋଇଆସୁଥିଲା । ଏହା ଦ୍ୱାରା ପ୍ରକୃତ ଆବଶ୍ୟକ କରୁଥିବା ରୋଗୀ ଆଇସିୟୁ ପାଉନଥିଲେ ।  ଯାହାକୁ ଦୃଷ୍ଟିରେ ରଖି  ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଆଇସିୟୁ ଯାଞ୍ଚ ପାଇଁ ନିଷ୍ପତ୍ତି ନିଆଯାଇଛି ।

Related Articles

Leave a Reply

Your email address will not be published.

Back to top button