ଏରିଏଲ ସର୍ଭେ କଲେ ମୋଦୀ

ନୂଆଦିଲ୍ଲୀ: ଆରବସାଗରରେ ସୃଷ୍ଟ ବାତ୍ୟା ତାଉତେର ପ୍ରଭାବ ଗୁଜୁରାଟରେ କେମିତି ପଡ଼ିଛି ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏରିଏଲ ସର୍ଭେ କରିଛନ୍ତି ।  ଆକାଶ ମାର୍ଗରୁ ପ୍ରଧାନମନ୍ତ୍ରୀ ବାତ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି । ସେ ଉନା, ଡିୟୁ, ଜାଫାରାବାଦ, ଏବଂ ମହୁଭା  ଭଳି  ଅଞ୍ଚଳରେ ବିମାନ  ଦ୍ୱରା ଏରିଏଲ ସର୍ଭେ  କରିଛନ୍ତି । ଏରିଏଲ ସର୍ଭେ ପରେ ସେ ଅହମ୍ମଦାବାଦ ଠାରେ ଏକ ସମୀକ୍ଷା ବୈଠକ କରିବାର କାର୍ଯ୍ୟକ୍ରମ ରହିଛି । ପାରିପାର୍ଶ୍ବିକ ପରିସ୍ଥିତି ଏବଂ କ୍ଷୟକ୍ଷତିର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ।  ବାତ୍ୟା କ୍ଷୟକ୍ଷତି ନେଇ ପୂର୍ବରୁ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ବାତ୍ୟାର ତାଣ୍ଡବ ପରେ  ବିଭିନ୍ନ କେନ୍ଦ୍ରୀୟ ଟିମ ଦ୍ୱରା ଉଦ୍ଧାର କାର୍ୟ୍ୟ ଜାରି ରହିଛି। ପ୍ରଧାନମନ୍ତ୍ରୀ ଏରିଏଲ ସର୍ଭେ କରିବା ପରେ କିଛି ପ୍ୟାକେଜ ଘୋଷଣା କରିପାରନ୍ତି । ସୂଚନାଯୋଗ୍ୟଯେ, ବାତ୍ୟା ତାଉତେ ପାଇଁ ଅନେକ କ୍ଷୟକ୍ଷତି ହୋଇଛି  । କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର ସହ ଗୁଜୁରାଟ ବି କ୍ଷତିଗ୍ରସ୍ତ ହୋଇଛି ।  ବାତ୍ୟା ତାଉତେର ପ୍ରଭାବ ଏବେ ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତର ଅନେକ ଜିଲ୍ଲାରେ ଦେଖାଦେଇଛି। ୟୁପି-ରାଜସ୍ଥାନରେ ବର୍ଷା ହେବା ସହ ଦିଲ୍ଲୀ-ଏନସିଆରରେ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଏହାର ପ୍ରଭାବ ଆସନ୍ତା ଦୁଇଦିନ ପର୍ୟ୍ୟନ୍ତ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରିଛି। ଦିଲ୍ଲୀ-ଏନସିଆର ଏବଂ ଉତ୍ତରପ୍ରଦେଶ ବ୍ୟତୀତ ହରିୟାଣା ଏବଂ ରାଜସ୍ଥାନର ଅନେକ ଜିଲ୍ଲାରେ ମଧ୍ୟବର୍ତ୍ତୀ ବର୍ଷା ହୋଇଛି। ଆଜି ସକାଳେ ଦିଲ୍ଲୀ ସମେତ ଅନେକ ସ୍ଥାନରେ ବର୍ଷା ରେକର୍ଡ ହୋଇଛି।

Related Articles

Leave a Reply

Your email address will not be published.

Back to top button